ଚାଲିଛି ଛେରା ପହଁରା

ପୁରୀ: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ବର୍ଷକୁ ଥରୁଟିଏ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବାକୁ ଶ୍ରୀମନ୍ଦିର ବାହାରକୁ ଚାଲି ଆସିଛନ୍ତି ତିନି ଠାକୁର ।ନିଳାଦ୍ରୀକନ୍ଦରରୁ ଦୁଇ ଭାଇ ବାହାରିଲା ପରେ ଭଉଣୀ ସୁଭଦ୍ରା ମଧ୍ୟ ହସି ହସି ରଥ ଉପରକୁ ଚଢି ଯାଇଛନ୍ତି ଜଗନ୍ନାଥଙ୍କ ଆଦ୍ୟ ସେବକ ଠାକୁର ରାଜା ଗଜପତି ମହାରାଜା ଦିବ୍ୟ ସିଂହ ଦେବ ତିନି ଠାକୁରଙ୍କ ରଥରେ ଝାଡ଼ୁୁ କରିବା ପାଇଁ ବିରାଜ ମାନ ହୋଇଛନ୍ତି ।ତେବେ ଆଜି ସକାଳୁ ତିନି ଠାକୁର ଧାଡ଼ି ପହଣ୍ଡିରେ ଆସି ରଥାରୁଢ଼ ହେବା ପରେ ତିନି ରଥ ଉପରେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ । ମହାପ୍ରଭୁଙ୍କୁ ଶଙ୍କରାଚାର୍ଯ୍ୟ  ଦର୍ଶନ କରିବା ପରେ ରଥ ଉପରେ ’ଛେରାପହଁରା’ ନୀତି କରୁଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ସୁବର୍ଣ୍ଣଚାମର ଧରି ’ଛେରାପହଁରା’ କରୁଛନ୍ତି ଗଜପତି ମହାରାଜା । ଗଜପତି ମହାରାଜା ପ୍ରଥମେ ତାଳଧ୍ୱଜ ରଥରେ ଛେରାପହଁରା କରିବା ପରେ ସୁଭଦ୍ରାଙ୍କ ଦେବଦଳନ ରଥ ଓ ଶେଷରେ ନନ୍ଦିଘୋଷ ରଥକୁ ଯାଇ ଛେରାପହଁରା ନୀତି ସମାପନ କରିବେ ।