ଚଳିତ ବର୍ଷ ହିରାକୁଦରେ ୨୦ ପ୍ରଜାତିର ନୂଆ ପକ୍ଷୀ

ସମ୍ବଲପୁର: ହିରାକୁଦରେ ୨୦ ପ୍ରଜାତିର ନୂଆ ପକ୍ଷୀ । ଚଳିତବର୍ଷ ହୀରାକୁଦକୁ ଆସିଛନ୍ତି ୧୧୩ ପ୍ରଜାତିର ୩ଲକ୍ଷ ୪୨ ହଜାର ପକ୍ଷୀ । ଜଳଭଣ୍ଡାରରେ ପକ୍ଷୀଗଣନା ଶେଷ ପରେ ସୂଚନା ଦେଇଛନ୍ତି ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଡିଲଫଓ ଅଂଶୁପ୍ରଜ୍ଞା ଦାଶ ।
ସୂଚନା ଅନୁଯାୟୀ, ଗତବର୍ଷ ୧୦୮ ପ୍ରଜାତିର ୩ ଲକ୍ଷ ୧୬ ହଜାର ପକ୍ଷୀ ଆସିଥିଲେ । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ୬ ହଜାର ପକ୍ଷୀ ବୃଦ୍ଦି ପାଇଛନ୍ତି । ସେହିପରି ୨୦୨୨ରେ ମୋଟ ୧୦୪ ପ୍ରଜାତିର ୨ଲକ୍ଷ ୮ ହଜାର ପକ୍ଷୀ ଆସିଥିବା ରେକର୍ଡ ରହିଛି ।ତେବେ ସବୁ ବର୍ଷ ତୁଳନାରେ ଚଳିତ ବର୍ଷ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ବୋଲି ଡିଏଫଓ ସୂଚନା ଦେଇଛନ୍ତି ।