ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ପାଳଙ୍ଗ ପକୁଡି

( ରିପୋର୍ଟସଟୁଡେ): ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ପାଳଙ୍ଗ ପକୁଡି ।

ଆବଶ୍ୟକ ସାମଗ୍ରୀ- ପାଳଙ୍ଗ- ୨୫୦ ଗ୍ରାମ
ଅଟା- ୭୦ଗ୍ରାମ
ବେସନ- ୫୦ ଗ୍ରାମ
ସୁଜି- ୪୦ଗ୍ରାମ
ଅଦା- ଛୋଟ ଖଣ୍ଡ
ରସୁଣ- ୩-୪ ପାଖୁଡା
ଜିରା- ୧ ଚାମଚ
ହଳଦୀ- ଅଧା ଚାମଚ
ବେକିଙ୍ଗ ସୋଡା- ଅଧା ଚାମଚ
ଲୁଣ ସ୍ୱାଦ ଅନୁସାରେ
ଧନିଆ- ୧ ଚାମଚ
ତେଲ- ୨ ବଡ ଚାମଚ
ପ୍ରସ୍ତୁତି ପ୍ରଣାଳୀ:- ପ୍ରଥମେ ଏକ ପାତ୍ରରେ ସମସ୍ତ ସାମଗ୍ରୀକୁ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏହା ପରେ ମିଶ୍ରଣକୁ ହାତରେ ନେଇ ଗୋଲ ଗୋଲ କରି ଟିକ୍କି ଆକାରର ତିଆରି କରନ୍ତୁ । ଗ୍ୟାସରେ ତେଲ ଗରମ କରନ୍ତୁ । ତେଲ ଗରମ ହେବା ପରେ ଏଥିରେ ଏହି ଟିକ୍କି ଆକାରର ମିଶ୍ରଣକୁ ପକାନ୍ତୁ । ଗ୍ୟାସକୁ ଧିମା ଆଂଚରେ ୨୦ ମିନିଟ ପାଇଁ ଛାଡି ଦିଅନ୍ତୁ । ଏହା ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ଗରମାଗରମ ପାଳଙ୍ଗ ପକୁଡି । ଏହାକୁ ଟମାଟୋ ଓ ଚିଲି ସସ୍ ସହ ଏବେ ଖାଆନ୍ତୁ ।