ମାଲକାନଗିରି: ମାଲକାନଗିରିରେ ପୁଣି ନକ୍ସଲ ତାଣ୍ଡବ । ଘରୁ ଡାକି ନେଇ ପ୍ରଜା କୋର୍ଟରେ ପିଟିମାରିଦେଲେ ବ୍ୟକ୍ତିଙ୍କୁ । ଖାଲି ସେତିକିରେ ସରିଲାନି ବର୍ବରତା । ବ୍ୟକ୍ତିଙ୍କ ଦେହରେ ଲଗାଇଦେଲେ ନିଆଁ । ଏପରି ଅଭାବନୀୟ ଓ ବର୍ବରକାଣ୍ଡ ଘଟିଛି ମାଲକାନଗିରି ଜିଲ୍ଲା ମହୁପଦର ଅନ୍ତର୍ଗତ କେରିମିଟି ଗାଁରେ ।
ପୁଣି ଛତିଶଗଡ ସୀମାନ୍ତ ମାଲକାନଗିରି ଜିଲ୍ଲାରେ ନକ୍ସଲ ହେଉଛନ୍ତି ସକ୍ରିୟ । ଜିଲ୍ଲାର ମହୁପଦର ଦଳିଗାଁର ଆନନ୍ଦ ନାମକ ଯୁବକଙ୍କୁ ଘରୁ ଡାକି ନେଇଥିଲେ । କେରିମିଟି ଗାଁରେ ପ୍ରଜା କୋର୍ଟ ଡକାଇ ସର୍ବ ସମ୍ମୁଖରେ ଆନନ୍ଦଙ୍କୁ ଆଖିବୁଜା ପିଟିଥିଲେ । ଏମିତି ପିଟିଲେ ଯେ, ଆନନ୍ଦଙ୍କର ସେଠାରେ ମୃତ୍ୟୁ ହୋଇଥିଲା । ତଥାପି ଥମିନଥିଲା ରାଗ । ପ୍ରଜାକୋର୍ଟରେ ସମସ୍ତଙ୍କ ଆଗରେ ନକ୍ସଲମାନେ ତାଙ୍କ ଦେହରେ ନିଆଁ ଲଗାଇ ତାଙ୍କୁ ପୋଡି ଦେଇଥିଲେ । ଏହା ପରେ ନକ୍ସଲମାନେ ଛତିଶଗଡ ଜଙ୍ଗଲକୁ ଚାଲି ଯାଇଥିଲେ ।
ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ଛତିଶଗଡ ସୀମାନ୍ତକୁ ଲାଗି ମାଲକାନଗିରି ଜିଲ୍ଲା ହୋଇଥିବାରୁ ପଡୋଶୀ ରାଜ୍ୟର ନକ୍ସଲ ଆମ ରାଜ୍ୟରେ ଅ।।ତଙ୍କ ଖେଳାଇବା ଆରମ୍ଭ କରିଛନ୍ତି ।ଏହି ଘଟଣା ପରେ ପୁଲିସ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚଳାଇଛି ।