ଗୁୁଗୁଲ ବନ୍ଦ କରିବାକୁ ଯାଉଛି ଆଉ ଏକ ସର୍ଭିସ

(ମୃତ୍ୟୁଞ୍ଜୟ ଭୋଇ /ରିପୋଟରର୍ସ ଟୁଡ଼େ ) : ଅପ୍ରେଲ ୩୦ରୁ ଗୁଗୁଲ ପ୍ଲେ ଆର୍ଟିଷ୍ଟ ହବ୍ ସମ୍ପୁର୍ଣ୍ଣ ରୂପେ ବନ୍ଦ ହୋଇଯିବ ବୋଲି କମ୍ପାନୀ ଘୋଷଣା କରିଛି । ଗୁଗୁଲ ପ୍ଲସ୍ ଏବଂ ଇନ ବକ୍ସ ବାଇ ଜିମେଲ ବନ୍ଦ କରିବା ପରେ ଗୁଗୁଲ ନିଜର ଆଉ ଏକ ସର୍ଭିସ୍ ସଟ ଡାଉନ କରିବାକୁ ଯାଉଛି । ଏହି ସର୍ଭିସ୍ ୨୦୧୨ରେ ଲଂଚ୍ କରାଯାଇଥିଲା । ଏହାଦ୍ୱାରା ଭାରତୀୟ କଳାକାର ନିଜ ମ୍ୟୁଜିକ ଅପଲୋଡ କରି ଗୁଗୁଲ ପ୍ଲେ ଷ୍ଟୋର ଏବଂ ଗୁଗୁଲ ପ୍ଲେ ମ୍ୟୁଜିକ ଜରିଆରେ ବିକ୍ରି କରୁଥିଲେ । ତେବେ ୩୦ ଅପ୍ରେଲ ପରେ ୟୁଜରମାନେ ଏହାକୁ ସାଇନ ଇନ କରି ପାରିବେ ନାହିଁ । ଏଥିରେ ଥିବା ସମସ୍ତ କଳାକାରଙ୍କୁ ମଇ ୩୧ ପର୍ୟ୍ୟନ୍ତ ଫାଇନାଲ ରିପୋର୍ଟ ଏବଂ ପେମେଂଟ ଦିଆଯିବ ଏବଂ ଜୁଲାଇ ୧ରେ ଏହାକୁ ସମ୍ପୁର୍ଣ୍ଣ ରୂପରେ ଡିଲେଟ କରି ଦିଆଯିବ । ତେବେ ଗୁଗୁଲର ଲ୍ୟାଟେଷ୍ଟ ୟୁଟ୍ୟୁବ ମ୍ୟୁଜିକ ଆସିବା ନେଇ ଏହାକୁ ବନ୍ଦ କରାଯାଉଛି ବୋଲି ସୂଚନା ମିଳିଛି । ଖୁବ୍ ଶୀଘ୍ର ଗୁଗୁଲ ନିଜ ପ୍ଲେ ମ୍ୟୁଜିକକୁ ୟୁଟ୍ୟୁବ ମ୍ୟୁଜିକରେ ରିପ୍ଲେସ କରିବ ବୋଲି କହିଛି ।