ଗଞ୍ଜେଇ ଜବତ, ୨ ଗିରଫ

(ଓମ ପ୍ରକାଶ ମିଶ୍ର / ସୋନପୁର) ; ସୁବର୍ଣ୍ଣପୁର ଜିଲ୍ଲାରେ ବାଇକରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଚଢଉ କରିଛି ସୋନପୁର ପୋଲିସ । ସହର ଉପକଣ୍ଠ କୁଞ୍ଜ ହୋଟେଲ ଛକ ନିକଟରେ ଚଢଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଏନେଇ ଏକ ମାମଲା ରୁଜୁ କରିବା ସହ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସୂଚନାରୁ ପ୍ରକାଶ ଯେ, ବୌଦ୍ଧ ପଟୁ ବାଇକରେ ଗଞ୍ଜେଇ ଚାଲାଣ ହେଉଥିଲା । କୌଣସି ସୂତ୍ରରୁ ଖବର ପାଇ ପୋଲିସ ସନ୍ଦେହ ଜନକ ଅବସ୍ଥାରେ ସହର ପଟକୁ ଆସୁଥିବା ବାଇକକୁ ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ବାଇକରେ ଦୁଇ ଜଣ ଯୁବକ ଏକ ବ୍ୟାଗରେ ୮ କେଜି ଗଞ୍ଜେଇ ନେଉଥିବା ଜଣା ପଡିଥିଲା। ଗିରଫ ଦୁଇ ଜଣ ବରଗଡ ଜିଲା ଅଞ୍ଚଳର ଶ୍ୟାମବନ୍ଧୁ ଚୌଧୁରୀ ଓ ରଞ୍ଜିତ ସାହୁ ବୋଲି ଜଣାପଡ଼ିଛି । ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସଦର ଟାଉନଥାନା ଆଇଆଇସି ପୁଷ୍ପେନ୍ଦୁ ସାଗର ସୂଚନା ଦେଇଛନ୍ତି।