(ରିପୋର୍ଟରସ ଟୁଡେ/ମୁମ୍ବାଇ): ଭାରତୀୟ ରିଜର୍ଭ ବ୍ୟାଙ୍କ ଖୁବ୍ଶୀଘ୍ର ଗଭର୍ନର ଶକ୍ତିକାନ୍ତ ଦାସଙ୍କ ସ୍ବାକ୍ଷରରେ ନୂଆ ୧୦୦ ଟଙ୍କିଆ ନୋଟ୍ ଜାରି କରିବାକୁ ଯାଉଛି। କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ମଙ୍ଗଳବାର ଏକ ବିବୃତି ଜାରି କରି କୁହାଯାଇଛି ଯେ, ସମସ୍ତ ପୁରୁଣା ନୋଟ୍ର ଡିଜାଇନ ସହ ସାମଞ୍ଜସ୍ୟ ଥିବା ଏହି ନୂଆ ୧୦୦ ଟଙ୍କିଆ ନୋଟ୍ ମହାତ୍ମାଗାନ୍ଧୀ ସିରିଜରେ ଜାରି କରାଯିବ। ସମସ୍ତ ପୁରୁଣା ୧୦୦ ଟଙ୍କିଆ ନୋଟ୍ ପ୍ରଚଳନ ଜାରି ରହିବ ବୋଲି ଏଥିରେ କୁହାଯାଇଛି।