(ମୃତ୍ୟୁଞ୍ଜୟ ଭୋଇ)ରିପୋର୍ଟସଟୁଡେ: କୋରୋନା ଭାଇରସ ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି । ଲୋକମାନେ ଏଥି ପାଇଁ ଭୟଭିତ ଅବସ୍ଥାରେ ରହିଛନ୍ତି । ଏହାରି ମଧ୍ୟରେ କରୋନା ପାଇଁ ଆସନ୍ତା ମାର୍ଚ୍ଚ ୩୧ଯାଏଁ ସମସ୍ତ ଶିକ୍ଷା ଅନୁଷ୍ଠାନ, ଫିଲ୍ମ ହଲ, ସାଂସ୍କୃତିକ କାର୍ୟ୍ୟକ୍ରମ, ବୈଠକ ଆଦି ବନ୍ଦ ରହିବ । କିନ୍ତୁ ପରୀକ୍ଷା ଗୁଡିକ ନିର୍ଦ୍ଧାରିତ ସମୟରେ ଶେଷ ହେବ । ସବୁ ରାଜ୍ୟ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ବିଧାନସଭା ପରିସରରେ ପାନ ଛେପ ନ ପକାଇବା ପାଇଁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ । ଆସନ୍ତା ୨୯ ମାର୍ଚ୍ଚ ଯାଏ ଗୃହ କାର୍ୟ୍ୟ ବନ୍ଦ ରହିବ । ସାମାଜିକ କାର୍ୟ୍ୟକ୍ରମ ମଧ୍ୟ ବନ୍ଦ ରହିବ । ଏହାକୁ କଂଗ୍ରେସ ସମର୍ଥନ କରୁଥିବାବେଳେ ବିଜେପି ଏହାକୁ ବିରୋଧ କରୁଛି ।