କିନ୍ନର ଆଦାୟ କରିବେ ପାର୍କିଂ ଫି

( ହିଂଜିଳି /ଋଜନୀକାନ୍ତ ପାତ୍ର) : ଗଜ୍ଞାମ ଜିଲ୍ଲା ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଛି ଏକ ନୁଆଁ ପ୍ରୟାସ ।ଏହି ନୁଆଁ ପ୍ରୟାସ ବିଏମସି ର ପାର୍କିଂ ସ୍ଥଳରେ କିନ୍ନର ମାନେ ପାର୍କିଂ ଫି ଆଦାୟ କରିବେବୋଲି ବିଏମସି ପକ୍ଷରୁ କୁହାଯାଇଛି । ଅଞ୍ଚଳରେ କିନ୍ନରଙ୍କୁ ନେଇ ଗଠିତ ୨ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍ଏଚ୍ଜି)କୁ ଏହି କାର୍ୟ୍ୟ ପାଇଁ ଚୟନ କରାଯାଇଛି। ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଇବାକୁ ଏଭଳି ପଦକ୍ଷେପ ନିଆଯାଇଥିବା ଏହି କାର୍ୟ୍ୟପାଇଁ ଚିହ୍ନଟ ତାରାତାରିଣୀ ଏସ୍ଏଚ୍ଜି ଓ ବୋହୁଚୋରା ଏସ୍ଏଚ୍ଜିର କିନ୍ନରଙ୍କୁ ଜୁଲାଇରୁ ତାଲିମ ଦିଆଯିବ।ବୋଲି କୁହାଯାଇଛି ତାଲିମ ପରେ ସେମାନେ ଫି ଆଦାୟ କରିବେ ବୋଲି ବିଏମ୍ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି।