(ଭୁବନେଶ୍ୱର /ରିପୋଟରର୍ସ ଟୁଡ଼େ ) : ଲୋକ ସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ଥିବା ବେଳେ ଏବେ ଅଧିକାଂଶ ନେତା ପରସ୍ପର ଉପରକୁ କାଦୁଅ ଫିଙ୍ଗୁଥିବା ଦେଖିବାକୁ ମିଳିଛି। କିଛିଦିନ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ମୋଦି ମଧ୍ୟ ରାହୁଲଙ୍କୁ ପାଲଟା ଆକ୍ରମଣ କରୁଛନ୍ତି। ଏବେ ପୁଣି ଥରେ ରାହୁଲ ମୋଦିଙ୍କ ଉଦ୍ଦେଶ୍ୟରେ କିଛି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ମୋଦି କହୁଛନ୍ତି ଭାରତକୁ କଂଗ୍ରେସ ମୁକ୍ତ କରିବା ଦରକାର।