(ତାରାକାନ୍ତ ନାୟକ/ସାଲେପୁର): କଟକଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ଆତୋଡା ଓ ପାଟପୁର ନିକଟ ସିଦ୍ଧକାନ୍ତି ଆଶ୍ରମ ପରିସରରେ ଶ୍ରୀ ଗୁରୁ ଅଚ୍ୟୁତାନନ୍ଦଙ୍କ ନିର୍ଦେଶକ୍ରମେ ତିନୋଟି ନଦୀର ସଂଗମ ଯଥା ପାଇକା, ଚିତ୍ରୋତ୍ପଳା, ମହାନଦୀ ଏହି ତିନୋଟି ନଦୀର ସଂଗମ ସ୍ଥଳରେ କନ୍ୟାକୁମାରି ମନ୍ଦିର ନିର୍ମାଣ କରାଯାଇଛି। ଏହି ମନ୍ଦିରର ପ୍ରତିଷ୍ଠା ଉତ୍ସବ ନିମନ୍ତେ ନଦୀସ୍ନାନ ପୂଜାର୍ଚ୍ଚନା କରାଯାଇଛି।ଏହି ଅବସରରେ ନଦୀରେ ପଣ୍ଡିତ ମାନଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଛି।ଆତୋଡା, ପାଟପୁର ,ବାରଗୋଡ଼ିଆ,ଜଳହରି,ମଧ୍ୟକଚ୍ଛ,ପୂର୍ବକଚ୍ଛ,ତେନ୍ତଳ ଗ୍ରାମର ଶ୍ରଦ୍ଧାଳୁ ବହୁ ସଂଖ୍ୟାରେ ଯୋଗଦେଇ ନାମ ସଂକୀତ୍ରନ କରିଥିଲେ। ଶନିବାର ମନ୍ଦିରର ଅଙ୍କୁରାରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ।ସାତ ଦିନ ଧରି ହୋମଯଜ୍ଞ ହେବ। ଏହିକାର୍ୟ୍ୟକ୍ରମରେ ଓଡ଼ିଶାର ବହୁ କୋଣ ଅନୁକୋଣରୁ ସାଧୁ ସନ୍ଥ ଯୋଗଦେବାର ଅଛି। ଏହିଉତ୍ସବରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେବାପାଇଁ ସିଧିକାନ୍ତି ଆଶ୍ରମ ପକ୍ଷରୁ ନିବେଦନ କରାଯାଇଛି। ୧୨ ତାରିଖରେ ପୂର୍ଣାହୁତି ହେବ।