ଓମିକ୍ରନ ସଂକ୍ରମଣ: ୪ ରାଜ୍ୟକୁ ଫେରିଲା ନାଇଟ କର୍ଫ୍ୟୁ

ନୂଆଦିଲ୍ଲୀ: ପୁଣି ଫେରିଲା ନାଇଟ୍ କର୍ଫ୍ୟୁ । ୪ ରାଜ୍ୟରେ ନାଇଟ୍ କର୍ଫ୍ୟୁ ଜାରି । ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ଏବେ କରୋନା କଟକଣାକୁ କଡ଼ା କରାଯାଇଛି । ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ହରିୟାଣାରେ ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇଛି । ଆସନ୍ତା ୧ ତାରିଖରୁ ଏହି କଟକଣା କଡ଼ାକଡ଼ି ଭାବେ ପାଳନ ହେବ ।
ମହାରାଷ୍ଟ୍ରରେ ରାତି ୧୧ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଜାରି ହୋଇଛି । ବିବାହରେ ମାତ୍ର ୨୦୦ ଲୋକଙ୍କ ସାମିଲ କରାଯିବା ସହ ସଂସ୍କୃତିକ କାର୍ୟ୍ୟକ୍ରମ, ଥିଏଟରରେ ୫୦ ପ୍ରତିଶତ ଦର୍ଶକ ରହିପାରିବେ । ତାସହ ରାତ୍ରୀକାଳୀନ ସମସ୍ତ କାର୍ୟ୍ୟକ୍ରମ ଉପରେ କଡ଼ା କଟକଣା ଲାଗିଛି । ସେହିପରି ମଧ୍ୟପ୍ରଦେଶ ଓ ହରିୟାଣାରେ ଲାଗିଛି ନାଇଟ୍ କର୍ଫ୍ୟୁ ହରିୟାଣାରେ କଟକଣାକୁ ଆହୁରି ବଢ଼ାଯାଇଛି । ରାଜ୍ୟର ସର୍ବସାଧାରଣ ସ୍ଥାନରେ ପ୍ରବେଶ କରିବାକୁ ହେଲେ ଦୁଇ ଡୋଜ୍ ଟିକାକରଣକୁ ବାଧ୍ୟତାମୂଳକ କରାଯାଇଛି । ।
ସେହିପରି ଗୁଜରାଟରେ ସଂକ୍ରମଣ ବଢ଼ିବା ପରେ ଅହମ୍ମଦାବାଦ, ବରୋଦା, ସୁରତ, ରାଜକୋଟ, ଭାବନଗର, ଜାମନଗର, ଗାନ୍ଧିନଗର, ଜୁନାଗଡ଼ ଭଳି ୮ ସହରରେ ନାଇଟ୍ କର୍ଫ୍ୟୁ ଲାଗିଛି ।ଉତ୍ତରପ୍ରଦେଶରେ ଆଜିଠୁ ମଧ୍ୟ ନାଇଟ୍ କର୍ଫ୍ୟୁ କଟକଣା ଲାଗୁ ହୋଇଛି ।