ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ପରେ ପାକିସ୍ତାନ ଆଫ୍ରିକା ସମେତ ୭ ଦେଶ ସହ ବିମାନ ଚଳାଚଳ ବନ୍ଦ କରିଛି । ଏହି ନୂଆ ଭାରିଆଣ୍ଟ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଛି । ୭ ରାଷ୍ଟ୍ର ସହ ବିମାନ ଚଳାଚଳ ବ୍ୟାନକୁ ନେଇ ବିଜ୍ଞପ୍ତି ଜ।ରି କରାଯାଇଛି । ବିଜ୍ଞପ୍ତିରେ ଦକ୍ଷିଣ ଆଫ୍ରିକୀୟ ଦେଶ ରହିଛି । ସେସବୁ ହେଲା ଦକ୍ଷିର ଆଫ୍ରିକା, ଲେସୋଥୋ, ଏସ୍ୱାଟିନି, ମୋଜାମ୍ବିକ, ବୋସ୍ୱାନା, ନାମିବିଆ, ହଂକଂ । ଏହି ଦେଶମାନଙ୍କୁ ସି କାଟାଗୋରୀଭୁକ୍ତ କରାଯାଇଛି । ନାସନାଲ କମାଣ୍ଡ ଆଣ୍ଡ ଅପେରେସନ ସେଣ୍ଟର (ଏନସିଓସି) ଗାଇଲାଇନ ଅନ୍ତର୍ଗତ ଏମାନେଙ୍କୁ ପାକିସ୍ତାନକୁ ଅନୁମତି ମିଳିବ ବୋଲି କୁହାଯାଇଥିଲା ।
କିନ୍ତୁ ବର୍ତ୍ତମାନ ଏହି ସବୁ ଦେଶ ସହ ପ୍ରତ୍ୟକ୍ଷ ଓ ପରୋଧ୍ୟ ବିମାନ ଚଳାଚଳକୁ ପାକିସ୍ତାନ ବନ୍ଦ କରି ଦେଇଛି । ଏହାକୁ ନେଇ ପାକିସ୍ତାନ ଫେଡେରାଲ ପ୍ଲାନିଂ ଆଣ୍ଡ ଡେଭେଲପମେଣ୍ଟ ମନ୍ତ୍ରୀ ଅସାଦ ଉମାର ଟ୍ୱିଟ କରି ଘୋଷଣା କରିଥିଲେ । ସେ କହିଥିଲେ, ଏହି ନୂଆ ଭାରିଆଣ୍ଟ ଚିହ୍ନଟ ପରେ ୧୨ ବର୍ଷରୁ ଅଧିକ ଉପଯୁୁକ୍ତ ନାଗରିକଙ୍କ ଟୀକାକରଣକୁ ଜରୁରୀକାଳୀନ ସ୍ଥିତିରେ ଶେଷ କରିବାର ଆବଶ୍ୟକତା ରହିଛି ।