(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଓଡିଶା ପୋଲିସକୁ ପ୍ରଶଂସା । କୋରୋନା ସମୟରେ ଲୋକଙ୍କୁ କିଭଳି ଓଡିଶା ପୋଲିସ ସେବା ଯୋଗାଇଦେଉଛି ତାକୁ ନେଇ ଇଣ୍ଡିଆନ ମେଡିକାଲ ଆସୋସିଏସନ ପ୍ରଶଂସା କରିଛି । ଜାତୀୟ ସଙ୍କଟ ଥିବା ବେଳେ ପୋଲିସ ଅଧିକାରୀମାନେ କିଭଳି ଲୋକମାନଙ୍କୁ ସୁରକ୍ଷା ଦେବା ସହ ଡାକ୍ତରଙ୍କୁ ସୁରକ୍ଷା ଦେଉଥିବାରୁ ଏହାକୁ ପ୍ରଶଂସା କରାଯାଇଛି । ସେମାନେ ମଧ୍ୟ କହିଛନ୍ତି ଯେ ଏହି ସଂଗ୍ରାମରେ ଆପଣଙ୍କ ସହିତ ମଧ୍ୟ ଆମ୍ଭେମାନେ ଛିଡା ହୋଇଛି ଏହାକୁ ଆମେ ନିଶ୍ଚୟ ଜିତିବା ବୋଲି ଦୃଢୋକ୍ତିରେ ମଧ୍ୟ କହିଛନ୍ତି ।