(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ ଆଉ ୫କୋରୋନା ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ଓଡିଶାରେ ୬୦ ରେ ପହଞ୍ଚିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଯାଜପୁର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ୪ଜଣ ରାଜଧାନୀ ଭୁବନେଶ୍ୱରର ହୋଇଥିବା ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଭୁବନେଶ୍ୱରରୁ ଚିହ୍ନଟ ହେଇିଥିବା ୪ଜଣ କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଝାରପଡା ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ୩ଜଣ ବୋମିଖାଲ ଅଞ୍ଚଳର । ଝାରପଡା ଅଞ୍ଚଳର ବ୍ୟକ୍ତି ଜଣଙ୍କ ବୟଷ ୫୦ବର୍ଷ । ସେ ୪୨ନମ୍ବର ଆକ୍ରାନ୍ତଙ୍କ ସଷ୍ପର୍ଶରେ ଆସିଥିବା ଆସଙ୍କା । ଗତକାଲି ୫୬୪ଟି ସାମ୍ପଲ ଟେଷ୍ଟ ପାଇଁ ଯାଇଥିଲା । ସେଥିମଧ୍ୟରୁ ୫୫୯ଟି ନେଗେଟିଭ ରିପୋର୍ଟ ଆସିଥିବା ବେଳେ ୫ଟି ପଜେଟିଭ ରିପୋର୍ଟ ଆସିଥିବା ସୂଚନା ମିଳିଛି ।