ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ ଉଦଘାଟନ

(ତାରାକାନ୍ତ ନାୟକ / ସାଲେପୁର) : କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ ଶିକ୍ଷା କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ଯାଇଛି ।ଆଉ ଏକ ପାଦ ଅଗ୍ରଗତି ପାଇଁ ସାଲେପୁର ସ୍ଵୟଂସାସିତ ମହାବିଦ୍ୟାଳୟ ପରିସରରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ ପକ୍ଷରୁ ପାଠ୍ୟ କେନ୍ଦ୍ରର ଶୁଭ ଉଦଘାଟନ ହୋଇଛି। ଏହି ଶୁଭ ଉଦଘାଟନ ସମାରୋହରେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରାଙ୍କ କର କମଳରେ ଉଦଘାଟନ ହୋଇଅଛି। ଏଥିରେ କଲେଜ ପରିଚାଳନା କମିଟି ସଭାପତି ମନୋରଞ୍ଜନ ଦାଶ, ବିଶ୍ଵ ବିଦ୍ୟାଳୟର ଉପ କୁଳପତି ଅର୍କକୁମାର ଦାସ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ କଲେଜ ଅଧ୍ୟକ୍ଷ ଉମାକାନ୍ତ ପଣ୍ଡା, ଡ଼ଃ ସଂଗୀତା ମିଶ୍ର, ସଞ୍ଜୟ ନାୟକ, ପ୍ରଧ୍ୟାପକ ସୁଶାନ୍ତ କୁମାର ନାୟକ , ପୂର୍ବତନ ଅଧକ୍ଷ ହଳଧର ସାହୁ, ଉମେଶ ଚନ୍ଦ୍ର ପତି, ପ୍ରମୁଖ ଉପସ୍ଥିତ ଥିଲେ।ଏହି ପାଠ୍ୟ କର୍ମ ଦ୍ଵାରା ଦୂରକୁ ନଯାଇ ସାଲେପୁର ସ୍ଵୟଂ ଶାସିତ ମହାବିଦ୍ୟାଳୟ ରେ ବହୁ ଛାତ୍ର ଛାତ୍ରୀ ଉଚ୍ଚ ଶିକ୍ଷା ପାଇପାରିବେ ବୋଲି ଡ଼ଃ ଦିଲ୍ଲୀପ କୁମାର ନାୟକ କହିଛନ୍ତି।