(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଏମକେସିଜିରେ କୋରୋନା ସଂକ୍ରମିତ ମହିଳା ଜନ୍ମଦେଲେ ଯାଆଁଳା ଶିଶୁ । ଆଜି ସକାଳୁ ସିତଲାପଲ୍ଲୀ କୋଭିଡ-୧୯ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଗଞ୍ଜାମ ଜିଲ୍ଲାର ଜଣେ ୩୨ ବର୍ଷୀୟ ମହିଳା ଯାଆଁଳା ଶିଶୁ ଜନ୍ମ ଦେଇଛନ୍ତି । ମହିଳା ଜଣକ ଏକ ପୁତ୍ର ଓ କନ୍ୟାକୁ ଜନ୍ମ ଦେଇଥିଲେ । ମହିଳା ଜଣଙ୍କ କିଛି ଦିନ ତଳେ ସୁରତରୁ ଫେରିବା ପରେ ତାଙ୍କୁ ସଂଗରୋଧ କେନ୍ଦ୍ରରେ ରଖାଯାଇଥିଲା । ସ୍ୱାବ ନମୁନା ପରୀକ୍ଷଣ ପରେ ପଜିଟିଭ ଚିହ୍ନଟ ହୋଇଥିଲା । ତେଣୁ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ସକାଳୁ ଡାକ୍ତର ତାଙ୍କୁ ଏମକେସିଜି ପଠାଇଥିଲେ । ସକାଳ ୯ଟା ବେଳେ ୨ ଶିଶୁ ଜନ୍ମ ହୋଇଥିଲେ କାଜୁଆଲିଟିର ଅସ୍ତ୍ରୋପଚାର ଗୃହରେ ପ୍ରସୂତି ବିଭାଗର ପ୍ରସବ କରାଯାଇଥିଲା। ମହିଳା ଜଣଙ୍କ ଶିଶୁ ଜନ୍ମ ଦେଇଥିଲେ । ଏମକେସିଜି ମେଡିକାଲ ଅଧିକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର କହିଛନ୍ତି ।