ଏନଡିଏ ବର୍ତ୍ତମାନ ସୁଦ୍ଧା ୨୦୭ ସିଟରେ ଆଗୁଆ ରହିଥିବା ବେଳେ ମହାମେଣ୍ଟ ପଛରେ ରହିଛି

ବିହାର:- ବିହାରରେ ବିଧାନସଭା ନିର୍ବାଚନ ପାଇଁ ମତ ଗଣନା ଚାଲିଥିବା ବେଳେ ଦେଖିବାକୁ ମିଳୁଛି ଉତ୍ସବର ମାହୋଲ । ମତ ଗଣନାର ଟ୍ରେଣ୍ଡ ଆସିବା ସହିତ ଧୀରେ ଧୀରେ ପାର୍ଟି କର୍ମୀଙ୍କ ଉତ୍ସାହ ମଧ୍ୟ ଦେଖିବାକୁ ମିଳୁଛି । ଟ୍ରେଣ୍ଡ ମୁତାବକ ଦୁଇ ତୃତୀୟାଂଶ ବିଧାନସଭା ଆସନ NDA ସପକ୍ଷରେ ଯାଉଛି । ସେଲିବ୍ରେସନ ମୋଡ଼ରେ ଅଛନ୍ତି NDA ସମର୍ଥକ ।

JDU members celebrate as the NDA alliance leads during the counting of votes of the Bihar Assembly elections, in Patna, Friday, Nov. 14, 2025

ବିହାରରେ ଏବେ ବିଭିନ୍ନ ସ୍ଥାନରେ ନୀତିଶ କୁମାରଙ୍କ ବିଜୟ ନେଇ ବିଶାଳ ହୋର୍ଡ଼ିଂ ଲଗାଯାଉଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ବିଶିଷ୍ଟ ପ୍ଲାକାର୍ଡ ଧରି ଶହଶହ ପାର୍ଟିର କର୍ମକର୍ତ୍ତା ରାଜ୍ୟ କାର୍ଯ୍ୟାଳୟରେ ଏକତ୍ରିତ ହୋଇଛନ୍ତି । ଏହା ସହିତ ଶଙ୍ଖ, ଘଣ୍ଟା, ଢୋଲ, ହୋଲି ରଙ୍ଗ, ବିଭିନ୍ନ ନାରା ତଥା ବାଣର ଶଦ୍ଦରେ ପ୍ରକମ୍ପିତ ହୋଇ ଉଠୁଛି JDUର ମୁଖ୍ୟ କର୍ଯ୍ୟାଳୟ । କର୍ମକର୍ତ୍ତାମାନେ ଆନନ୍ଦରେ ନାଚୁଥିବାର ଦେଖିବାକୁ ମିଳୁଛି । ଏହା ସହିତ ମିଠା ବାଣ୍ଟି ଖୁସି ଜାହିର କରୁଛନ୍ତି ସମର୍ଥକବୃନ୍ଦ ।

Bihar election results 2025 LIVE: BJP, JD(U) cadres begin celebrations as  NDA crosses 190 mark in leads - The Hindu