ଇସ୍କନ ମନ୍ଦିର ପରିସରରେ ଝୁଲନ୍ତା ମୃତଦେହ

(ଆଦର୍ଶ ରାଉତ)ଭୁବନେଶ୍ୱର: ପୁଣି ରାଜଧାନୀରେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର । ଭୁବନେଶ୍ବରର ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଇସ୍କନ ମନ୍ଦିର ପରିସରରେ ଥିବା ଗାଧୁଆ ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବେକରେ ଗାମୁଛା ଲାଗିଥିବାବେଳେ ତଳେ ବସିଥିବା ଅବସ୍ଥାରେ ମୃତଦେହ ମିଳିଛି। ମୃତକ ଇସ୍କନ ମନ୍ଦିରରେ ସୁଇପର ଭାବେ ଦୀର୍ଘ ୨୦ ବର୍ଷ ଧରି କାମ କରୁଥିଲେ । ତାଙ୍କ ନାମ ବାବୁ ସାହୁ ବୋଲି ଜଣାପଡ଼ିଛି । ମୃତ ବାବୁ ସାହୁଙ୍କ ଘର ଗଞ୍ଜାମ ଜିଲ୍ଲାର ସେରଗଡ ଅଞ୍ଚଳରେ ବୋଲି ଜଣାପଡ଼ିଛି। ତେବେ ହତ୍ୟା ନା ଆତ୍ମହତ୍ୟା ସେ ନେଇ ପୋଲିସର ତଦନ୍ତ ଜାରି ରହିଛି।
ଅନ୍ୟପଟେ କାହିଁକି ଏବଂ କିପରି ବାବୁ ସାହୁଙ୍କ ମୃତ୍ୟୁ ହେଲା ତାହା ସନ୍ଦେହ ଅଧିକ ସୃଷ୍ଟି କରୁଛି । ତେବେ ପ୍ରଶ୍ନ ଉଠୁଛି ଏବେ ମୃତ ବାବୁ ସାହୁଙ୍କ ମୃତ୍ୟୁ କେମିତି ହେଲା? ଏହା ପଛରେ କାହାର ହାତ ଅଛି ତାକୁନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଘଟଣାସ୍ଥଳରେ ନୟାପଲ୍ଲୀ ପୁଲିସ ପହଞ୍ଚି ତନାଘନା ଆରମ୍ଭ କରିଛି ।ଏହା ସହ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରୁଛି । ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲକୁ ନିଆଯାଇଛି ।