(ରଜନୀକାନ୍ତ ପାତ୍ର / ଗଞ୍ଜାମ): ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟର ଇଲେକ୍ଟ୍ରୋନିସ୍ ବିଭାଗ ଆନୁକୂଲ୍ୟରେ “ମୋଡେଲିଙ୍ଗ ଏଲେକ୍ଟ୍ରୋନିସି ଡିଭାଇସ ଏଣ୍ଡ ସିଷ୍ଟମ” ଶୀର୍ଷକ ଉପରେ ଅନ୍ତର୍ଜାତୀୟ ୱେବିନାର ଅନୁଷ୍ଠିତ ହୋଇଛି । ଏହି କାର୍ୟ୍ୟକ୍ରମକୁ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ. ସ୍ୱସ୍ତିକା ପାଢ଼ୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରି ଶୁଭାରମ୍ଭ କରିଥିବା ବେଳେ ଏଲେକ୍ଟ୍ରୋନିସି ବିଭାଗର ମୁଖ୍ୟ ଡ଼ଃ. ପ୍ରଦୀପ କୁମାର ନନ୍ଦ ଅତିଥି ମାନଙ୍କ ପରିଚୟ ପ୍ରଦାନ କରି ଆୟୋଜିତ କାର୍ୟ୍ୟକ୍ରମକୁ ସୂଚାର ରୂପେ ପରିଚାଳିତ କରିଥିଲେ ।
ଏହି ୱେବିନାରରେ ସିଙ୍ଗାପୁର ସ୍ଥିତ ନାନ୍ୟାଙ୍ଗ ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ତଥା ଗବେଷକ ଡ଼ାକ୍ତର ଆକିସ୍ୱାମି ଆଲଫୋନ ଆର.ଏଫ୍.ଏନ.ଜି. ହରଭେଷ୍ଟିଙ୍ଗ ଫର ଫିୟୁଚର ସ୍ମାର୍ଟସିଟି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲଚନା କରିଥିଲେ । ପ୍ରଧ୍ୟାପିକ ଡ଼ଃ. ସମ୍ରାଟ ଏଲ. ସାବତ, ପ୍ରଧ୍ୟାପିକ ଡ଼ଃ. ଶମ୍ଭୁଦତ ନନ୍ଦ, ପ୍ରଧ୍ୟାପକ ଡ଼ଃ. ରବୀନ୍ଦ୍ର କିଶୋର ମିଶ୍ର “ଟେକ୍ନୋଲୋଜିଟୁ ଫାଇଟ କରୋନା ଭାଇରସ ଯୁଭିଶ ସିଷ୍ଟମ ମଡେଲିଙ୍ଗ ଏବଂ ମଡେଲିଙ୍ଗ ପାନେଚେମିକ” ବିଷୟ ଉପରେ ଯଥାକ୍ରମେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପିକା ଲେଫ୍ଟନାଣ୍ଟ ଶ୍ରଦ୍ଧାଞ୍ଜଳି ସାହୁ ଛାତ୍ର ଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ଏହି କାର୍ୟ୍ୟକ୍ରମରେ ତାଲିକା ଅନ୍ତର୍ଭୂକ୍ତ କରିବା ସହ ପ୍ରଶ୍ନ ଓ ଉତ୍ତର ପର୍ୟ୍ୟାୟକୁ ସୂଚାର ରୂପେ ପରିଚାଳନା କରିଥିଲେ । ପରିଶେଷରେ ଅଧ୍ୟାପିକା ବିଉଟି ନାୟକ ଧନ୍ୟବାଦ ଅର୍ପଣ କରିବା ସହ କାର୍ୟ୍ୟକ୍ରମକୁ ପରିସମାପ୍ତ କରିଥିଲେ । ପ୍ରକାଶ ଯେ ଚଳିତବର୍ଷ କୋରନା ମହାମାରୀ କୁ ଦୁଷ୍ଟିରେ ରଖି ପ୍ରଥମ ଥର ଏହି ଅନଲାଇନ ମାଧ୍ୟାମରେ ଅନ୍ତର୍ଜାତୀୟ ୱେବିନାର ଅନୁଷ୍ଠିତ ହୋଇଥିଲା । ଏହି କାର୍ୟ୍ୟକ୍ରମରେ ଭାରତର କୋଣାଅନୁକୋଣରୁ ପ୍ରଥମ କରି ପ୍ରାୟ ୩୯୬ଶହରୁ ଉର୍ଦ୍ଧ୍ବ ଅଧ୍ୟାପକ ବା ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।