ଆସନ୍ତାକାଲିଠୁ ୭ଟି ରୁଟରେ ଗଡ଼ିବ ମୋ ବସ,ଜାଣନ୍ତୁ କେଉଁ କେଉଁ ରୁଟ୍

(ରିିପୋଟର୍ସ ଟୁଡେ/ଭୁବନେଶ୍ୱର): ଲକ ଡାଉନ ପାଇଁ ରାଜ୍ୟରେ ବସ ଚଳାଚଳ ବନ୍ଦ ଥିଲା । କିନ୍ତୁ ଆସନ୍ତାକାଲିଠାରୁ ଭୁବନେଶ୍ୱର ଓ କଟକରେ ଗଡ଼ିବ ମୋ ବସ । ଭୁବନେଶ୍ୱର ଓ କଟକରେ ୭ଟି ରୁଟ୍‌ରେ ଚାଲିବ ମୋ ବସ । ୭ଟି ରୁଟ୍‌ରେ ବିନା ଶୀତତାପ ନିୟନ୍ତ୍ରିତ ବସ୍ ଚଳାଚଳ କରିବ । ଏହାସହ ମୋ ବସରେ ଯାତ୍ରା ପାଇଁ ଗାଇଡ଼ଲାଇନ ଜାରି କରିଛି କ୍ରୁଟ । ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ୨ଟି ସହରରେ ଚାଲିବ ମୋ ବସ୍ । ବସରେ ଠିଆ ହୋଇ ଯାତ୍ରା କରିବା ପାଇଁ ଅନୁମତି ମିଳିନାହିଁ ଏବଂ ମାସ୍କ ପିନ୍ଧିବା ପାଇଁ ମଧ୍ୟ ବାଧ୍ୟତାମୂଳକ ହୋଇଛି । ତେବେ ପଢନ୍ତୁ କେଉଁ ୭ଟି ରୁଟରେ ଗଡିବ ବସ.. ବିମାନବନ୍ଦରରୁ ପଟିଆ ଦେଇ କଟକ ସିଡ଼ିଏ, ନନ୍ଦନ ବିହାରରୁ ମାଷ୍ଟକ୍ୟାଣ୍ଟିନ, ମାଷ୍ଟରକ୍ୟାଣ୍ଟିନରୁରସୁଲଗଡ଼ ଦେଇ କଟକ, ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର ଦେଇ ଖୋର୍ଦ୍ଧା, ମାଷ୍ଟରକ୍ୟାଣ୍ଟିନରୁରସୁଲଗଡ଼ ଦେଇ କଟକ , ମାଷ୍ଟରକ୍ୟାଣ୍ଟିନରୁ ଫାୟାର ଷ୍ଟେସନ ଦେଇ ସମ୍ ହସ୍ପିଟାଲ, ଡୁମଡୁମାରୁ ମାଷ୍ଟକ୍ୟାଣ୍ଟିନ୍ ଦେଇ ମଞ୍ଚେଶ୍ୱର, ମାଷ୍ଟର କ୍ୟାଣ୍ଟିନରୁ ବରମୁଣ୍ଡା ଦେଇ ଏମ୍ସ ଯିବ ମୋ ବସ୍ ।