(ରିପୋଟରର୍ସ ଟୁଡ଼େ : ମୃତ୍ୟୁଞ୍ଜୟ ଭୋଇ ) : ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନାର ଜୟରାମପୁର ଗାଁରେ ଘଟିଛି ଏକ ହତ୍ୟାକାଣ୍ଡ। ଶୁଭଲକ୍ଷ୍ମୀ ନାମକ ଯାତ୍ରାପାର୍ଟିରେ ହାସ୍ୟ କଳାକାର ଭାବେ ଅଭିନୟ କରୁଥିବା ତ୍ରିଲୋଚନ ରଣଜିତଙ୍କୁ ବିଳମ୍ବିତ ରାତିରେ ଭୋଗରାଇ ଅଞ୍ଚଳର କିଛି ଲୋକ ହତ୍ୟା କରି ଫିଙ୍ଗି ଦେଇଥିବା ମୃତକଙ୍କ ପରିବାରବର୍ଗ ଅଭିଯୋଗ କରିଛନ୍ତି। ଗତକାଲି ସେ ଭୋଗରାଇ ହାଟକୁ ବୁଲିବାକୁ ଯାଇଥିବା ବେଳେ ଆଉ ଯାତ୍ରାପାର୍ଟିକୁ ଫେରିନଥିଲେ। ସକାଳୁ ତ୍ରିଲୋଚନଙ୍କ ମୃତଦେହ ହାଟରେ ଥିବା ଏକ କ୍ୟାବିନ ପଛପଟେ ପଡ଼ିଥିବା ଦେଖାଯାଇଥିଲା। ଏନେଇ ଲୋକେ ପୋଲିସକୁ ଖବର ଦେବା ପରେ ଭୋଗରାଇ ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ହତ୍ୟା ଅଭିଯୋଗରେ ଜଣକୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ। ଏହା ସହ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି।