ଆମେ ଏଣ୍ଡାମିକ ଆଡକୁ ଗତିକରୁଛୁ

ଭୁବନେଶ୍ୱର: ଏବେ ଦେଶ ତଥା ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ । ତଥାପି ଆଗାମୀ ଦିନ ପାଇଁ ଆମକୁ ସତର୍କ ରହିବାକୁ ହେବ । ରାଜ୍ୟରେ ବତ୍ତୟମାନର କରୋନାସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ପଡୋଶୀ ରାଷ୍ଟ୍ରରୁ କୋଭିଡ ସଂକ୍ରମଣ ଆମ ଦେଶକୁ ବୃାପିଥିଲା ଏବେ କଟକଣା କାରଣରୁ ସଂକ୍ରମଣ ହ୍ରାସ ପାଉଛି । ସଂକ୍ରମଣ କମ ହେବା ସହ ଏବେ ଆମେ ଏଣ୍ଡେମିକ୍ ଆଡକୁ ଗତି କରୁଛଚ । ତେବେ କୋଭିଡ ଯଦି ନିଜର ଭାରିଆଣ୍ଟ ପରିବର୍ତ୍ତନ କରେ ତେବେ ବିପଦ ସୃଷ୍ଟି ହୋଇପାରେ । ଏବେ ନୂଆ ଭାରିଆଣ୍ଟ ଆସିନଥିବାରୁ ଓଡ଼ିଶାରେ ସଂକ୍ରମଣ କମ ରହିଛି। ନୂଆ ଭାରିଆଣ୍ଟ ବିଷୟରେ ଜାଣିବା ପାଇଁ ନିରନ୍ତର ପରୀକ୍ଷା କରାଯାଉଛି। ଆମେ ପ୍ରତିଦିନ ଟେଷ୍ଟିଙ୍ଗ କରୁଛୁ ଏବଂ ପଜିଟିଭିଟି ସଂଖ୍ୟା ଉପରେ ନଜର ରଖୁଛୁ। ଶିକ୍ଷାନୁଷ୍ଠାନରେ ଏବେ କୋଭିଡ କଟକଣା କଡାକଡି କରାଯାଇଥିବା ସହ ଆମର ପ୍ରତି ଅଞ୍ଚଳରେ ସର୍ଭିଲାନ୍ସ ଟିମ ରହିଛି।