(ମମତା ସାମଲ)ରିପୋର୍ଟସଟୁଡେ:ଆମାଜନ ଇଣ୍ଡିଆ ପକ୍ଷରୁ ନିଜ ଗ୍ରାହାକମାନଙ୍କୁ ବଡ ଖୁସିଖବର ଦିଆଯାଇଛି । ଆପଣ ଫୋନ୍ ପେ, ଗୁଗୁଲ ପେ ଓ ପେଟିଏମ ଭଳି ଆମାଜନ ପେ’ରୁ ମଧ୍ୟ ପେମେଣ୍ଟ କରିପାରିବେ । ଆମାଜନ ଆପ୍ରେ ୟୁପିଆଇ ପେମେଣ୍ଟ ଏକ ବିକଳ୍ପ ଅଛି, ଯାହା ମାଧ୍ୟମରେ ଗ୍ରାହାକ ସ୍କାନ କରି ପେମେଣ୍ଟ କରିପାରିବେ ।
ଆମାଜନର ଏହି ଖାସ ସୁବିଧାର ଲାଭ ଆପଣ ଆମାଜନ ଆପ୍ଲିକେସନରୁ ନେଇପାରିବେ । ଏହି ସୁବିଧା ସବୁ ଆଣ୍ଡ୍ରଏଡ୍ ଓ ଆଇଫୋନ୍ ଯ଼ୁଜର୍ସଙ୍କ ପାଇଁ ଉପଲବ୍ଧ ରହିଛି । କିନ୍ତୁ ଆଇଫୋନ ୟୁଜର୍ସମାନଙ୍କ ପାଇଁ ଟଙ୍କା ପଠାଇବା କିମ୍ୱା ରିସିଭ କରିବାର ବିକଳ୍ପ ଏବେ କାର୍ୟ୍ୟପକାରି ହୋଇନାହିଁ । ଆମାଜନର ଏହି ଫିଚର ଅନ୍ୟ ୟୁପିଆଇ ପେମେଣ୍ଟ ଆପ୍ ଗୁଗୁଲ ପେ, ଫୋନ୍ ପେ ଓ ପେଟିଏମ ଭଳି । ଏହି ସୁବିଧା ମାଧ୍ୟମରେ ଆପଣ ମୋବାଇଲ ବିଲ ଓ ବିଦ୍ୟୁତ ବିଲ ମଧ୍ୟ ପେମେଣ୍ଟ କରିପାରିବେ । ଏହା ବ୍ୟତୀତ ଆପଣ ଡିଟିଏଚ୍ର ରିଚାର୍ଜ ମଧ୍ୟ କରିପାରିବେ ।
ଏହି ସୁବିଧାର ଲାଭ ଉଠାଇବା ପାଇଁ ଆପଣଙ୍କୁ ଆମାଜନ ଆପ୍ ଡାଉନଲେଡ୍ କରିବା ପାଇଁ ପଡିବ । ଏହା ପରେ ମେନ୍ୟୁରେ ଆପଣଙ୍କୁ ବିକଳ୍ପ ମିଳିବ । ଆମାଜନ ମାଧ୍ୟମରେ ଟଙ୍କା ପଠାଇବା ଏବଂ ସ୍ୱିକାର କରିବା ପାଇଁ ଆପଣଙ୍କୁ ଆପ୍ରେ ନିଜର ବ୍ୟାଙ୍କ ଖାତା ଭେରିଫାଏ କରିବାକୁ ପଡିବ । ଏହା ମାଧ୍ୟମରେ ଆପଣ କୌଣସି ବି ୟୁପିଆଇ କ୍ୟୁଆର୍ କୋଡ୍ ସ୍କାନ କରିପାରିବେ । ଗୁଗୁଲ ପେ ହେଉ କି ଫୋନ ପେ କିମ୍ୱା ପେଟିଏମ ଆପଣ ସମସ୍ତଙ୍କ କ୍ୟୁଆର୍ କୋଡ୍କୁ ସ୍କାନ କରିପାରିବେ । ଏଠାରେ କହିରଖୁଛୁ ଯେ, ଆପଣ ଆମାଜନ ପେ’ର ଫାଇଦା ସେତେବେଳେ ଉଠାଇପାରିବେ ଯେବେ ଆମାଜନ ସ୍ମାଇଲ୍ କୋଡ୍ କିମ୍ୱା ଆମାଜନ ସପିଂ କ୍ୟୁଆର୍ କୋଡ୍ ସ୍କାନ କରିବେ । କିମ୍ୱା ଯଦି ଆପଣ ୟୁପିଆଇର କ୍ୟୁଆର୍ କୋଡ୍ ବ୍ୟବହାର କରୁଛନ୍ତି ତେବେ ଆପଣ ସିଧାସଳଖ ନିଜର ବ୍ୟାଙ୍କ ଆକାଉଣ୍ଟରୁ ଟ୍ରାନଜେକସନ କରିପାରିବେ ।