ଆବାସ ଯୋଜନା କିସ୍ତି ଟଙ୍କା ପାଇଁ ଅନସନ

ସୁବର୍ଣ୍ଣପୁର/ ଓମପ୍ରକାଶ ମିଶ୍ର: ଜିଲ୍ଲର ବିନକା ବ୍ଲକ ଜୁଲୁଣ୍ଡା ପଂଚାୟତର ନକଟାମୁଣ୍ଡା ଗାଁର ରୋହିତ ପୁଟେଲ ଗତ ୨୦୧୬-୧୭ ଆର୍ଥିକ ବର୍ଷରେ ଆବାସ ଯୋଜନା ପାଇଥିଲେ ମଧ୍ୟ କୌଣସି କିସ୍ତି ପାଇ ନଥିବା ଦାବି କରିଛନ୍ତି।
ଏନେଇ ବାରମ୍ବାର ଜିଲ୍ଲାପାଳଙ୍କ ଠାରୁ ବିଡିଓ ପର୍ୟ୍ୟନ୍ତ ସମସ୍ତଙ୍କୁ ଜଣାଇସାରିଲେଣି ରୋହିତ । କିନ୍ତୁ ଫଳ ଶୂନ । ସବୁଠି ହାରି ଗୁହାରି କରି ବିଫଳ ହେବା ପରେ ଆଜି ବ୍ଲକ ପରିସରରେ ନିଜ ପତ୍ନୀଙ୍କ ସହିତ ଅନଶନରେ ବସିଛନ୍ତି ରୋହିତ।