ଆଧାର କାର୍ଡ ପାଇଁ ସରକାରୀ ଯୋଜନାରୁ ବଞ୍ଚିତ ଆଦିବାସୀ ଯୁବକଙ୍କ ଆତ୍ମହତ୍ୟା

ରାଇରଙ୍ଗପୁର/ ସତ୍ୟନାରାୟନ ପାଲ- ଆଧାର କାର୍ଡ ନଥିବାରୁ ସବୁ ସରକାରୀ ଯୋଜନାରୁ ବଂଚିତ ଆଦିବାସୀ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ବିଶୋଇ ଥାନା ଅଧୀନ ନୂଆଗାଁ ପଞ୍ଚାୟତର ସ୍ବର୍ଗତ ଦୁଲାଲ ଚନ୍ଦ୍ର ବାସ୍କେଙ୍କର ପୁଅ ଲକ୍ଷ୍ମୀକାନ୍ତ ବାସ୍କେ । ଜଣେ ଭୂମିହୀନ ଆଦିବାସୀ ଯୁବକ । ରାଇରଙ୍ଗପୁରର ଏକ ଘରୋଇ ହୋଟେଲରେ କାମ କରନ୍ତି ଲକ୍ଷ୍ମୀକାନ୍ତ। କିନ୍ତୁ ଯେଉଁ ରୋଜଗାର କରନ୍ତି ତାହା ଅଭାବ ଅନଟନ ଦୂର କରିବାରେ ଅକ୍ଷମ । ଅନ୍ୟପଟେ ସରକାରୀ ଯୋଜନାରେ ମିଳୁଥିବା ରାସନ ସାମଗ୍ରୀ, ପ୍ରଧାନମନ୍ତ୍ରୀ ଆବାସରୁ ମଧ୍ୟ ସେ ବଞ୍ଚିତ ଥିଲେ । କାରଣ ତାଙ୍କ ନିକଟରେ ନ ଥିଲା ଆଧାର କାର୍ଡ । ବିଭିନ୍ନ ଅଭାବ ଅନଟନ ମଧ୍ୟରେ ଘ।।ଣ୍ଟି ଚକଟି ହୋଇ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟ କରିବାକୁ କରିଛନ୍ତି ଉଦ୍ୟମ । ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପରିସରରେ ଥିବା ଆମ୍ବଡା ଗଛରେ ଫାଶୀ ଦେଇ ଆତ୍ମହତ୍ୟା ଉଦ୍ୟମ କରୁଥିବାବେଳେ ଖବର ପାଇ ରାଇରଙ୍ଗପୁର ଟାଉନ ପୋଲିସ ତାଙ୍କୁ ଉଦ୍ଧାର କରିଛି । ପରେ ପୋଲିସ ଲକ୍ଷ୍ମୀକାନ୍ତଙ୍କୁ ନେଇ ରାଇରଙ୍ଗପୁର ହସ୍ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା କରାଇ ଥାନାକୁ ନେଇ ପଚରା ଉଚୁରା କରୁଛି।ପୋଲିସର ତତ୍ପରତା ପାଇଁ ଆଜି ଗୋଟିଏ ନିରୀହ ଜୀବନ ବଞ୍ଚିଯାଇଥିବାରୁ ସାଧାରଣରେ ପ୍ରଶଂସା କରାଯାଇଛି ।