ଆଡମିଶନ ସାରି ଘରକୁ ଫେରିବା ବେଳେ ପିଟିଲା ଟ୍ରକ

ରାୟଗଡା(ରିପୋର୍ଟର୍ସ ଟୁଡେ): ଆଡମିଶନ କରିବାକୁ ଯାଇଥିଲେ ସ୍କୁଲ । କିନ୍ତୁ ଫେରିବା ବାଟରେ ଘଟିଲା ଅଘଟଣ, ଚାଲିଗଲା ଝିଅର ଜୀବନ । ଏପରି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ରାୟଗଡା ଜିଲ୍ଲା ମଝିଘରିଆଣି ମନ୍ଦିର ବ୍ରିଜ ନିକଟରେ । ଏହି ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି ।
ବୈରାଗୀ ହାଲୁଆ ପଞ୍ଚାୟତ ଉମରବାଲି ଗାଁର ସନ୍ତୋଷ ତାଡିଙ୍ଗି ଏବଂ ରାଇସଙ୍ଗ ତାଡିଙ୍ଗି ନିଜ ଦୁଇ ଝିଅଙ୍କ ଆଡମିଶନ ପାଇଁ ମାଳିଙ୍ଗା ଆଶ୍ରମକୁ ଯାଇଥିଲେ । ଆଡମିଶନ ଉଭୟ ଖୁବ ଖୁସି ତିଳେ । କିନ୍ତୁ ସେମାନଙ୍କର ଏହି ଖୁସି ବେଶୀ ସମୟ ତିଷ୍ଠି ପାରି ନଥିଲା । ଘରକୁ ଫେରୁତିବା ସମୟରେ ମଝିଘରିଆଣି ମନ୍ଦିର ବ୍ରିଜ ନିକଟରେ ବିପରୀତ ଦିଗରୁ ଆସଚଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ତେବେ ଘଟଣାସ୍ଥଳରେ ୫ ବର୍ଷର ଝିଅ ଇନ୍ଦୁର ମୃତ୍ୟୁ ଘଟିଛି । ତେବେ ଅନ୍ୟ ତିନି ଜଣ ସନ୍ତୋଷ, ରାଇସିଙ୍ଗ ଏବଂ ତାଙ୍କ ଝିଅ ଗୁରୁତର ଆହତ ହୋଇଥିଲେ । ଏହା ଦେଖି ଘଟଣାସ୍ଥଳରେ ଉପସ୍ଥିତ ଲୋକେ ଗୁରୁତର ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଖବର ପାଇ ରାୟଗଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଟ୍ରକକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।