ଆଠଗଡ଼ରେ ଜନଶୁଣାଣୀ ଶିବିର

(ବିରୂପାକ୍ଷ ପ୍ରଧାନ)ଆଠଗଡ଼: କଟକ ଜିଲ୍ଲାପାଳଙ୍କ ଏହି ବର୍ଷର ଶେଷ ଜନଶୁଣାଣୀ ଶିବିର ଗତକାଲି ଆଠଗଡ଼ ବ୍ଲକ ସଭାଗୃହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଆଠଗଡ଼ ବ୍ଲକ ସମେତ ସମସ୍ତ ବିଭାଗୀୟ ଅଧିକାରୀମାନେ ଏହି କାର୍ୟ୍ୟକ୍ରମରେ ଉପସ୍ଥିତ ରହି ଅଭିଯୋଗ ଗୁଡ଼ିକର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ।ଏହି ଶିବିରରେ ମୋଟ ୨୮୫ ଟି ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରୁ ୧୨୩ ଟି ଅଭିଯୋଗ ର ତୁରନ୍ତ ସମାଧାନ ହୋଇଥିଲା। ଆସିଥିବା ଅଭିଯୋଗ ମଧ୍ୟ ରେ ୨୭୪ ଟି ସାମୁହିକ ଓ ୧୧ ଟି ବ୍ୟକ୍ତିଗତ ଅଭିଯୋଗ ସାମିଲ ଥିଲା।