ଆକାଉଣ୍ଟକୁ ହଟାଯାଇଛି ହେଲୋ

(ଭୁବନେଶ୍ୱର /ରିପୋଟରର୍ସ ଟୁଡ଼େ ) କମ୍ୟୁନିଟି ଗାଇଡ ଲାଇନ ଉଲ୍ଲଘଂନ କରୁଥିବା ଅଭିଯୋଗରେ ହେଲୋ ପକ୍ଷରୁ ୧.୬୦ ଲକ୍ଷ ଆକାଉଣ୍ଟକୁ ହଟାଯାଇଛି। ଅପରପକ୍ଷରେ କମ୍ପାନୀ ୫ ନିୟୁତରୁ ଅଧିକ ପୋଷ୍ଟକୁ ମଧ୍ୟ ଏହାର ପ୍ଲାଟଫର୍ମରୁ ହଟାଇ ଦେଇଥିବା ପ୍ରକାଶ କରିଛି। ନିରାପତ୍ତା ପ୍ରତିବଦ୍ଧତାକୁ ମଜବୁତ କରିବା ସ୍ବରୂପ କମ୍ପାନୀ ଏଭଳି ପଦକ୍ଷେପ ଗ୍ରହଣ କରିଛି। ହେଲୋରେ ପୋଷ୍ଟ ହୋଇଥିବା ସବୁ ଖବର ମଧ୍ୟରୁ ମାତ୍ର ୦.୦୭ ଖବର ମିଥ୍ୟା ଥିଲା। ଏହାକୁ କମ୍ପାନୀ ଚିହ୍ନଟ କରିବା ପରେ ତୁରନ୍ତ ଭିତ୍ତିରେ ପ୍ରତ୍ୟାହାର କରି ନେଇଛି। ମେଶିନ ଲର୍ଣ୍ଣିଂ ଏବଂ କଣ୍ଟେଣ୍ଟ ମଡେରେଟର ସହଯୋଗରେ ଏଭଳି ପଦକ୍ଷେପ ହାତକୁ ନିଆଯାଇଥିବା ଏହା ପ୍ରକାଶ କରିଛି। ଉକ୍ତ ପ୍ଲାଟଫର୍ମରେ ୧୪ଟି ଭାରତୀୟ ଭାଷାରେ କଣ୍ଟେଣ୍ଟ ପୋଷ୍ଟ କରାଯାଉଛି। ଏସବୁ ପୋଷ୍ଟ ଉପରେ ନଜର ରଖାଯିବା ସହ ଏହା ଯେଭଳି ଭାବେ ଗାଇଡଲାଇନ ଉଲ୍ଲଘଂନ ନ କରେ ତାହା ସୁନିଶ୍ଚିତ କରାଯାଉଛି ବୋଲି ହେଲୋର କଣ୍ଟେଣ୍ଟ ଅପରେଶନ ମୁଖ୍ୟ ଶ୍ୟାମଙ୍ଗା ବରୋଆ ସୂଚନା ଦେଇଛନ୍ତି।