ଅବକାରୀ ବିଭାଗର ଚଢାଉ

(ମୃତ୍ୟୁଞ୍ଜୟ ଭୋଇ /ରିପୋଟରର୍ସ ଟୁଡ଼େ ) : ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ ଚାଲିଛି। ଗତ କିଛିଦିନ ମଧ୍ୟରେ ୩୦ଟି ଅବକାରୀ ମାମଲା ରୁଜୁ କରାଯାଇଛି। ସେଥିରୁ ୨୮ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତମାନଙ୍କଠାରୁ ଦେଶୀ ବିଦେଶୀ ମଦ ସହ କେତେଟି ବାଇକ ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୬ ଲକ୍ଷ ଟଙ୍କା ହେବ ବୋଲି ବୁଧବାର ଅବକାରୀ ବିଭାଗ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ବେଆଇନ୍‌ ମଦ କାରବାର ଉପରେ ଅଙ୍କୁଶ ଲଗାଇବାକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶ ପ୍ରକାରେ ଅବକାରୀ ଅଧିକ୍ଷକ ରାମଚନ୍ଦ୍ର ମିଶ୍ରଙ୍କ ତତ୍ୱାବଧାନରେ ଏସବୁ ଚଢାଉ ହୋଇଥିଲା। ଏଥିରେ ନିରୀକ୍ଷକ ଅଭିରାମ ବେହେରା, ଗଙ୍ଗାଧର ପାଇକରାୟ, ଶ୍ରୀଧର ହେମ୍ବ୍ରମ, ଉପନିରୀକ୍ଷକ ମୋହନ ପ୍ରଧାନ, ପାର୍ଥ ରାଉତ, ଗୀତାଞ୍ଜଳି ସାହୁ, ନବସ୍ମିତା ନାୟକ, ବଳରାମ ସାହୁ ଓ ଉମାକାନ୍ତ ସ୍ବାଇଁ ପ୍ରମୁଖ ନେତୃତ୍ୱ ନେଇଥିଲେ।