ଅକ୍ଟୋବର ମାସରେ ଜିଏସଟି ସଂଗ୍ରହ ୫.୨୯ % ହ୍ରାସ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଦଶହରା ଓ ଦୀପାବଳି ପରି ପର୍ବପର୍ବାଣି ସତ୍ତେ୍ୱ ଅକ୍ଟୋବର ମାସରେ ଜିଏସଟି ସଂଗ୍ରହ ଏକ ଲକ୍ଷ କୋଟିରୁ କମ ରହିଛି । ଗତମାସ ତୁଳନାରେ ଏହା ୫.୨୯ ପ୍ରତିଶତ କମ ରହିଛି । ଅକ୍ଟୋବର ମାସରେ କେନ୍ଦ୍ର ଓ ରାଜ୍ୟ ସରକାରକୁ ମୋଟ ୯୩.୩୮୦ କୋଟି ଟଙ୍କା ରାଜସ୍ୱ ଜିଏସଟିରୁ ମିଳିଛି । ଏହା ଲଗାତର ୩ ଥର ଯେେତେବେଳେ ଜିଏସଟି ସଂଗ୍ରହରେ ହ୍ରାସ ଦେଖିବାକୁ ମିଳିଛି । ସେପ୍ଟେମ୍ବର ମାସରେ ଜିଏସଟି ସଂଗ୍ରହ ୯୧.୯୧୬ କୋଟି ଟଙ୍କା ଥିଲା ।