(ଜୟନ୍ତ କୁମାର ସେଠୀ /ପୁରୀ): ପୁରୀ ଜିଲ୍ଲା କୋଣାର୍କର ସମସ୍ତ ହସ୍ତଶିଳ୍ପୀ କାରିଗରଙ୍କ ଜୀବନ ଜୀବିକା କୋଭିଡ ୧୯ ଯୋଗୁଁ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ଭୂବନେଶ୍ବର ସ୍ଥିତ ଜେଡି ସେଣ୍ଟର ଅଫ ଆର୍ଟ୍ ତରଫରୁ କୋଣାର୍କ ସ୍ଥିତ ଅର୍କଶ୍ରୀ ଶିଳ୍ପବାଟିକାଠାରେ ୯୦ ଜଣ ହସ୍ତଶିଳ୍ପୀ କାରିଗରଙ୍କୁ ଏକ ହଜାର ଟଙ୍କା ରାଶିର ରାସନ ସାମଗ୍ରୀ ଯଥା ଚୂଡା ,ଡାଲି, ସର୍ଫ , ସାବୁନ ଓ ମେଡିସିନ ସାନିଟାଇଜର ଏକ ବ୍ୟାଗରେ ଭର୍ତ୍ତି କରି ବଣ୍ଟନ କରିଛନ୍ତି ।
କରୋନା ମହାମାରୀ ପ୍ରଭାବରେ କୋଣାର୍କ ସୂର୍ୟ୍ୟ ମନ୍ଦିର ବନ୍ଦ ଥିବା ସମୟରେ କୈଣସି ପର୍ୟ୍ୟଟକ ନ ଆସିବା ହେତୁ ଆଖପାଖ ଅଞ୍ଚଳର ହସ୍ତଶିଳ୍ପୀ କାରିଗର ନିଜର ବ୍ୟବସାୟ ବନ୍ଦ ହେବା ଦେଖିବାକୁ ମିଳିଥିଲା। ପରିବାର ପ୍ରତିପୋଷଣ କରିବାରେ ବହୁତ ଅସୁବିଧା ସମ୍ମୁଖିନ ହେଉଥିବା ସମୟରେ ,କୋଣାର୍କ ଅର୍କଶ୍ରୀ ଶିଳ୍ପବାଟିକାଠାରେ ଜେଡି ସେଣ୍ଟର ଅଫ ଆର୍ଟର ଏପରି ସହଯୋଗ ପାଇଁ ଆମେ ବହୁତ ଖୁସି ବୋଲି ହସ୍ତଶିଳ୍ପୀ କହିଛନ୍ତି ।
ସେପଟେ ଏପରି ଆୟୋଜନ ଦ୍ବାରା ଅଞ୍ଚଳର ହସ୍ତଶିଳ୍ପୀ କାରିଗରଙ୍କୁ ମହାମାରୀ ସମୟରେ ସହଯୋଗ କରିଥିବାରୁ ଭୂବନେଶ୍ବରସ୍ଥିତ ଜେଡି ସେଣ୍ଟର ଅଫ ଆର୍ଟକୁ ଗଭୀର କୃତଜ୍ଞତା ଜ୍ଞାପନ କରିବା ସହ କୋଣାର୍କ ହସ୍ତଶିଳ୍ପ କାରିଗରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଗାମୀ ଦିନରେ ସରକାରୀ ଓ ବେସରକାରୀ ସ୍ତରରେ ସହଯୋଗ ଆସିଲେ ଅନ୍ୟ ସମସ୍ତ ହସ୍ତଶିଳ୍ପୀ କାରିଗରଙ୍କୁ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଅର୍କଶ୍ରୀ ଶିଳ୍ପ ବାଟିକା ସମ୍ପାଦକ ଉମେଶ ଚନ୍ଦ୍ର ସ୍ବାଇଁ ।