(ମୃତ୍ୟୁଞ୍ଜୟ ଭୋଇ / ରିପୋଟରର୍ସ ଟୁଡ଼େ ) : ସ୍ବିସ୍ ବ୍ୟାଙ୍କରେ କଳାଟଙ୍କା ରଖିଥିବା ଭାରତୀୟଙ୍କ ପାଇଁ ବଢିଲା ସମସ୍ୟା। ପାଖାପାଖି ୫୦ଜଣ ଭାରତୀୟଙ୍କ ସ୍ବିସ୍ ବ୍ୟାଙ୍କ ଜମାରାଶି ସମ୍ପର୍କରେ ଭାରତକୁ ତଥ୍ୟ ପ୍ରଦାନ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସ୍ବିଜରଲାଣ୍ଡ କର୍ତ୍ତୃପକ୍ଷ । ସ୍ବିସ୍ ବ୍ୟାଙ୍କରେ କଳାଟଙ୍କା ଜମା ରଖିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ପ୍ରାୟତଃ ରିଅଲ ଇଷ୍ଟେଟ, ଆର୍ଥିକ ସେବା, ପ୍ରଯୁକ୍ତି, ଦୂରସଂଚରା ଏବଂ ପେଣ୍ଟ୍ସ, ଗୃହ ସାଜସଜ୍ଜା, ବୟନ ସାମଗ୍ରୀ, ଇଞ୍ଜିନିୟରିଂ ସାମଗ୍ରୀ, ଗହଣା ଏବଂ ମୂଲ୍ୟବାନ ପ୍ରସ୍ତର କ୍ଷେତ୍ରର ଉଦ୍ୟୋଗୀ ରହିଛନ୍ତି। ତେବେ ଏ ନେଇ ସ୍ବିଜରଲାଣ୍ଡ ସରକାରଙ୍କ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ଜାରି କରାଯାଇଛି। ଏହି ମାମଲା ସହିତ ଜଡ଼ିତ ଅଧିକାରୀଙ୍କ କହିବାନୁଯାୟୀ ଗତ କିଛି ସପ୍ତାହ ମଧ୍ୟରେ ଅତିକମ୍ରେ ୫୦ ଜଣ ଭାରତୀୟଙ୍କୁ ନୋଟିସ ପଠାଯାଇଛି। ଭାରତ ସରକାରଙ୍କୁ ଗ୍ରାହକଙ୍କ ତଥ୍ୟ ପ୍ରଦାନ ପୂର୍ବରୁ ଭାରତୀୟମାନଙ୍କୁ ଆବେଦନ କରିବା ଲାଗି ସ୍ବିସ୍ ବ୍ୟାଙ୍କ ଶେଷ ସୁଯୋଗ ପ୍ରଦାନ କରିବାକୁ ଯାଇ ଏହି ନୋଟିସ୍ ପଠାଇଛି।