ସାହାଙ୍କ ପୂର୍ବରୁ ଭୁବନେଶ୍ୱରରେ ଅରୁଣ

(ତ୍ରିଲୋଚନ ରାଉତ) ଭୁବନେଶ୍ୱର: ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ବାକି ଥିବା ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାର ଜାରି ରହିଛି । ଏହି କ୍ରମରେ ଆସନ୍ତା କାଲି ବିଜେପି ଅଧ୍ୟକ୍ଷ ଅମିତ ସାହା ଓଡିଶା ଗସ୍ତରେ ପୁଣି ଆସୁଛନ୍ତି । ତେବେ ସାହାଙ୍କ ପୂର୍ବରୁ ଆଜି ବିଜେପି ଓଡିଶା ପ୍ରଭାରୀ ଅରୁଣ ସିଂହ ଭୁବନେଶ୍ୱରରେ ଆସି ପହଞ୍ôଚ ଛନ୍ତି । ବିମାନ ବନ୍ଦରରେ ପହଞ୍ôଚବା ପରେ ଅରୁଣ କହିଛନ୍ତି, ଚଳିତ ନିର୍ବାଚନରେ ବିଜେପି ୩-୪ତୁର୍ଥାଂଶ ଭୋଟ ହାସଲ କରିବ ।