(ଅଜିତ ସାହୁ /ଜଳେଶ୍ୱର): ରାଜ୍ୟରେ ସାମ୍ବାଦିକ କେତେ ସୁରକ୍ଷିତ । ସେମାନଙ୍କର ସୁରକ୍ଷାକୁ ନେଇ ଉଠିଛି ଏକ ବଡ଼ ପ୍ରଶ୍ନ। ନିଜ୍ୟୁ ପରିବେଶଣ କରିଥିବାରୁ ଜଣେ କାର୍ୟ୍ୟରତ ସାମ୍ବାଦିକଙ୍କୁ ବାଲିଆପାଳ ବ୍ଲକ ସାମ୍ନାରେ ମାରଣାନ୍ତକ ଆକ୍ରମଣ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରେ। ଆଜକୁ ୧୦ଦିନ ପୂର୍ବରୁ ଜମିଜମା ଘଟଣାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏନେଇ ଆକ୍ରମଣକାରୀ ଯୁବକ ଓ ତାଙ୍କ ପରିବାର ବିରୋଧରେ ପ୍ରତିପକ୍ଷ ଜୟନ୍ତୀ ତ୍ରିପାଠୀ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି କାର୍ୟ୍ୟରତ ସାମ୍ବାଦିକ ଚନ୍ଦନ ଜେନା ଖବର ପ୍ରସାରଣ କରିଥିଲେ। ଖବର ପ୍ରସାରିତ ହେବା ପରେ ଅଭିଯୁକ୍ତ ଚନ୍ଦନ ପାଠି, ସାମ୍ବାଦିକ ଚନ୍ଦନକୁ ଫୋନ ଯୋଗେ ଗାଳି ଗୁଲଜ କରିବା ସହିତ ଧମକ ଚମକ ଦେଇଥିଲେ।
ତେବେ ଆଜି ସକାଳ ୧୧ଟା ସମୟରେ ଚନ୍ଦନ ବ୍ଲକରୁ କାମସାରି ବାହାରୁ ଥିବା ବେଳେ ଚନ୍ଦନ ପାଠୀ ସାମ୍ବାଦିକ ଚନ୍ଦନକୁ ଅଶ୍ଲିଳ ଭାଷାରେ ଗାଳି ଗୁଲଜ କରିବା ସହିତ ମରଣାନ୍ତଙ୍କ ଆକ୍ରମଣ କରିଥିଲେ। ଏବେ ସାମ୍ବାଦିକ ଚନ୍ଦନ ବସ୍ତା ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ସ୍ତ୍ରୀ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।