ସାକ୍ଷୀଗୋପିନାଥ ମନ୍ଦିରରେ ଶ୍ରୀରାଧା ଜନ୍ମୋତ୍ସବ

(ଜୟନ୍ତ କୁମାର ସେଠୀ)ଗୋପ: ପୁରୀ ଜିଲ୍ଲା ସାକ୍ଷୀଗୋପିନାଥ ସିଂହଦ୍ୱାର ଭଜନ କମିଟି ସାକ୍ଷୀଗୋପାଳଙ୍କ ଦ୍ୱାରା ମା ଶ୍ରୀ ରାଧାଙ୍କ ଜନ୍ମ ମହୋତ୍ସବ ସାକ୍ଷୀଗୋପିନାଥ ମନ୍ଦିର ସମ୍ମ୍ମୁଖରେ ପାଳନ କରାଯାଉଅଛି । ଏହି କାର୍ଯ୍ୟକ୍ରମ ତିନିଦିନ ଧରି ଅନୁଷ୍ଠିତ ହେବ । ଶୁକ୍ରବାର ଦିନ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ । ଏହି ଅବସରରେ ପ୍ରଥମ ସଂଧ୍ୟାରେ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସମାଜସେବୀ ସୁକାନ୍ତ ସମାନ୍ତରାୟ, ପୁରୀ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ସଭାପତି ସିଦ୍ଦେଶ୍ୱର ପ୍ରସାଦ ପଟ୍ଟନାୟକ, ସେବାୟତ ସଂଘର ସମ୍ପାଦକ ଦିବାକର ମହାପାତ୍ର, ବିଜୟ ମହାପାତ୍ର ଓ ପି କେ ପଣ୍ଡା ପ୍ରମୁଖ ସାଂସ୍କୃତିକ କାର୍ୟ୍ୟକ୍ରମକୁ ଉଦଘାଟନ କରିଥିଲେ । ପୁରୀର ଚାରୁ ନୁତନ କଳା କେନ୍ଦ୍ରର ଗୁରୁ ବିବେକ ମହାନ୍ତିଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠାନର ଛାତ୍ରୀ ମାନେ ଓଡିଶୀ ନୃତ୍ୟ, ଦୁର୍ଗା ତାଣ୍ଡବ, ଭଜନ ନୃତ୍ୟ, ରାଧା କୃଷ୍ଣ ରାସ, ପରିବେଷଣ କରିଥିଲେ । ପରେ ପରେ ମ୍ୟାଜିକ ଶୋ, ସଙ୍ଗୀତ ସନ୍ଧ୍ୟା ବିଳମ୍ବିତ ରାତି ପର୍ୟ୍ୟନ୍ତ ପରିବେଷଣ କରାଯାଇଥିଲା । ସେହିପରି ସାକ୍ଷୀଗୋପାଳ ମନ୍ଦିରକୁ ନେଇ ସତ୍ୟବାଦୀର ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପଟ୍ଟଚିତ୍ର ଶିଳ୍ପୀଗୁରୁ ବିଶ୍ୱନାଥ ସେଠୀ, ଶିଳ୍ପୀଗୁରୁ ନିଳମଣୀ ଜେନା ଓ ଶିକ୍ଷକ ଦୁଖିଶ୍ୟାମ ମଲିକ କାର୍ୟ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ଆଲେକ ଖୁଣ୍ଟିଆ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଓଡିଆ ସିନୋ ଷ୍ଟାର ବିଶ୍ୱରୂପ ଯୋଗଦେଇଥିଲେ ।