(ଓମ୍ ପ୍ରକାଶ ମିଶ୍ର /ସୋନପୁର): ପୂଝାରୀ ପ୍ରଡକସନ ଓ ପ୍ରିୟମ ଏଣ୍ଟରଟେଣ୍ଟମେଣ୍ଟ ବ୍ୟାନରେ ହୋଇଥିବା ସଚେତନ ଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର “କାଇଁ ଯେ ନାଇଁ ଦେମୀ ରକତ” କୁ ଲୋକମାନେ ଦେଖି ଛୁଟୁଛି ପ୍ରଶଂସାର ସୁଅ ।ରକ୍ତଦାତାଙ୍କୁ ଉତ୍ସାହିତ କରିବା ଏହାର ମୂଳ ଲକ୍ଷ ଓ ସଚେତନତା କରିବା ହେତୁ ତିଆରି କରାଯାଇଛି କ୍ଷୁଦ୍ର ଚଳଚ୍ଚିତ୍ର ।ଏହାର ପ୍ରଭାବରେ ୟୁବ ରକ୍ତଦାତା ମାନେ ଗାଁ ଗାଁ ରେ ରକ୍ତଦାନ ଶିବିର କରିବାକୁ ପ୍ରସ୍ତୁତ ହେଉଛନ୍ତି ।ସଚେତନଧର୍ମୀ ଫିଲ୍ମକୁ ଭୂରିୟ ପ୍ରଶଂସା କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାଶ । ସେ କହିଛନ୍ତି ଏ ସଚେତନତା ଧର୍ମୀ ଫିଲ୍ମ ଲୋକଙ୍କ ମନରେ ବହୁତ ପ୍ରଭାବିତ କରିବ ଓ ବହୁ ନୂତନ ରକ୍ତଦାତା ରକ୍ତଦାନ ସକାଶେ ଆଗଭର ହୋଇ ସମାଜକୁ ପ୍ରେରଣା ଦେବେ ।ସେହିପରି ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତ ବିଭାଗର ଅଧିକାରୀ ଡ଼ଃ ଦୁର୍ଗା ଦତ୍ତ ମଧ୍ୟ ଏହି ଚଳଚ୍ଚିତ୍ରଟିକୁ ଦେଖି ବହୁତ ଖୁସି ହୋଇ ଏହି ଚଳଚ୍ଚିତ୍ର ନିର୍ମାଣ କରିଥିବା ନିର୍ମାତା ,ନିର୍ଦ୍ଧେଶକ ଓ କଳାକାରଙ୍କୁ ସାଧୁବାଦ ଦେଇଛନ୍ତି ।ସେହିପରି ରକ୍ତଦାତା ସଙ୍ଘର ସଂପାଦକ ବୁଧୁରାମ କର୍ଣ ମଧ୍ୟ ସମସ୍ତ କଳାକାର ଓ ଟିମକୁ ସାଧୁବାଦ ଦେଇଛନ୍ତି ।ବିଭିନ୍ନ ଭାଷାରେ ତିଆରି କରିବା ପାଇଁ ଆଠଟି ଦେଶକୁ ଏହି କ୍ଷୁଦ୍ର ଚଳଚ୍ଚିତ୍ରକୁ ପଠାଯାଇଛି । ଏହାକୁ ବିଭିନ୍ନ ଦେଶରେ ମଧ୍ୟ ପ୍ରବାସୀ ଓଡ଼ିଆ ଓ ରକ୍ତଦାତା ମାନେ ଏହି କ୍ଷୁଦ୍ର ଚଳଚ୍ଚିତ୍ରଟିକୁ ଦେଖି ପ୍ରଶଂସା କରୁଛନ୍ତି ବୋଲି ଜଣାପଡୁଛି । ଭବିଷ୍ୟତରେ ଏହି ଚଳଚ୍ଚିତ୍ର ମାଧ୍ୟମରେ ଜିଲ୍ଲାକୁ ଗର୍ବ ଓ ଗୌରବ ଆଣିବ ବୋଲି ସମସ୍ତ ରକ୍ତଦାତା ,ବୁଦ୍ଧିଜୀବି ଓ ଏହି ଚଳଚ୍ଚିତ୍ର ତିଆରି କରିଥିବା ଟିମ ଆଶା ରଖିଛନ୍ତିକ୍ଷ