ଶହେ ଡଲାର ତଳକୁ ଖସିଲା ଅଶୋଧିତ ତୈଳ

କମିପାରେ ପେଟ୍ରୋଲ ଡିଜେଲ ଦର

ନୂଆଦିଲ୍ଲୀ: ଲୋକମାନେ ମହଙ୍ଗା ମାଡ ଦେଇ ଗତି କରୁଥିବାବେଳେ ଏହାରି ମଧ୍ୟରେ ଖୁସି ଖବର ଆସିଛି। ମଙ୍ଗଳବାର ଅର୍ନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ଶହେ ଡଲାର ତଳକୁ ଖସି ଆସିଛି। ବ୍ୟାରେଲ ପିଛା ୬୮ ପଇସା ବା ୦.୭ ପ୍ରତିଶତ କମିବା ଫଳରେ ୯୮.୮୧ ପ୍ରତିଶତରେ ପହଞ୍ଚିଛି। ପଶ୍ଚିମ ଆମେରିକାରେ ୦.୮ ପ୍ରତିଶତ କମିବା ଫଳରେ ବ୍ୟାରେଲ ପିଛା ୯୫.୧୨ ପ୍ରତିଶତରେ ପହଞ୍ଚିଛି। ତେଣୁ ପେଟ୍ରୋଲ ଡିଜେଲ ଦର କମିପାରେ ବୋଲି ଜଣାପଡିଛି। ରୁଷିଆ ୟୁକ୍ରେନ ଯୁଦ୍ଧ ଫଳରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୩୯ ଡଲାରରେ ପହଞ୍ଚିଥିଲା। ଅନ୍ୟ ପକ୍ଷରେ ଅନ୍ତରାଷ୍ଟ୍ରୀୟ ବଜାରରେ ଡଲାରର ମୂଲ୍ୟ ଉଚ୍ଚା ରହିଛି। ୨୦ ବର୍ଷ ମଧ୍ୟରେ ପ୍ରଥମ ଥର ଲାଗି ୟୁରୋ ଓ ଡଲାରର ବିନିମୟ ମୂଲ୍ୟ ସମାନ ହୋଇଛି। ଅନ୍ୟ ପକ୍ଷରେ ଭାରତୀୟ ମୁଦ୍ରା ତୁଳନାରେ ଡଲାର ମୂଲ୍ୟ ଉଚ୍ଚା ରହିଛି। ଏହାଛଡା ଡଲାରର ମୂଲ୍ୟ ବୃଦ୍ଧି ସୁନା ଓ ଅଶୋଧିତ ତୈଳ ପରି ଅନେକ ଦ୍ରବ୍ୟର ଦର ଉପରେ ପ୍ରଭାବ ପକାଇଛି। କରୋନା ସଂକ୍ରମଣ ବଢୁଥିବାରୁ ଚିନରେ ଲକଡାଉନ ଭଳି ପରିସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରାଯାଉଛି। ତେଣୁ ପେଟ୍ରୋଲ ଡିଜେଲ ଦରରେ ହ୍ରାସ ପାଇବାର ଆଶଙ୍କା କରାଯାଉଛି। ଗତ ଅଢେଇ ମାସ ଧରି ଦେଶରେ ପେଟ୍ରୋଲ ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬ ଟଙ୍କା ୭୨ ପଇସା ରହିଥିବା ବେଳେ ଡିଜେଲ ଲିଟର ପିଛା ୮୯ ଟଙ୍କା ୬୨ ପଇସା ରହିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ମେ ୨୧ ତାରିଖରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଉପରେ ଏକ୍ସସାଇଜ ଡ୍ୟୁଟି ହ୍ରାସ କରିଥିଲେ।