(ମନୋଜ କୁମାର ସାହୁ /ରାୟଗଡା): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଡିପ୍ରେସନରେ ପରିଣତ ହୋଇଛି।ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଦୁଇ ଦିନ ହେଲା ତୁହାକୁ ତୁହା ପ୍ରବଳ ବର୍ଷା ହେଉଛି।ଏହାର ପ୍ରଭାବରେ ପୁରା ରାୟଗଡ ଜିଲ୍ଲାରେ ଗତକାଲି ରାତିଠାରୁ ବର୍ଷା ଦେଖିବାକୁ ମିଳିଛି।ଏହି ସାମ୍ଭାବ୍ୟ ବର୍ଷାକୁ ଆଖିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚୂଡାନ୍ତ ହୋଇଛି।ପ୍ରତି ବ୍ଲକରେ ବିଡିଓ ତହସିଲଦାର ମାନଙ୍କୁ ସତର୍କ ରହିବାକୁ ସୂଚନା ପ୍ରଦାନ କରିଛି ଜିଲ୍ଲା ପ୍ରଶାସନ।ଗୋଟିଏ ଓଡ୍ରାଫ ଟିମକୁ ମଧ୍ୟ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।