ଭାରତ ଦେଖିଲା ଇଣ୍ଡିଆନ କ୍ରିକେଟ ଟିମ

(ସରୋଜ କୁମାର ରାଉତ/ ଭୁବନେଶ୍ୱର): ସଲମାନ ଖାନ୍‌ ଓ କାଟ୍ରିନ୍‌ କୈଫ୍‌ଙ୍କ ଅଭିନୀତ ଚଳଚ୍ଚିତ୍ର ‘ଭାରତ’ ବକ୍ସ ଅଫିସ୍‌ରେ ସୁପର୍‌ ହିଟ୍‌ ହୋଇ ସାରିଛି। ରିଲିଜ୍‌ ହେବାର ମାତ୍ର ସପ୍ତାହ ମଧ୍ୟରେ ସଲମାନଙ୍କ ଏହି ଚଳଚ୍ଚିତ୍ର ୧୭୫ କୋଟି ବ୍ୟବସାୟ କରି ସାରିଲାଣି। ତେବେ, ଆପଣ ଜାଣି ଖୁସି ହେବେ ଯେ ବିଶ୍ୱକପ୍‌ ସିଜିନ୍‌ରେ ବି ସଲମାନଙ୍କର କ୍ରିକେଟର୍‌ ଫ୍ୟାନ୍ସମାନେ ସମୟ କାଢ଼ି ସାଥୀ ହୋଇ ‘ଭାରତ’ ଦେଖିବାକୁ ଯାଉଛନ୍ତି।
ଯେଉଁ କ୍ରିକେଟର୍‌ମାନେ ସିନେମା ଦେଖବାକୁ ବାହାରିବା ସମୟରେ ଏକ ଫଟୋ ଫ୍ରେମ୍‌ରେ କଏଦ ହୋଇଛନ୍ତି ସେମାନେ ହେଲେ କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନୀ, ଶିଖର ଧାଓ୍ଵନ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେଏଲ୍‌ ରାହୁଲ।