(ରିପୋର୍ଟରସ ଟୁଡେ/ନୂଆଦିଲ୍ଳୀ): ଭାରତ-ପାକିସ୍ତାନ ଭିତରେ ଲାଗିଥିବା ବିବାଦ ହେତୁ ବୁଧବାର ଶ୍ରୀନଗର, ଜମ୍ମୁ, ଲେହ୍, ଅମୃତସର୍, ପଠାନକୋଟ, ଗଗଲ୍, ଡେରାଡୁନ୍ ଏବଂ ଚଣ୍ଡିଗଡ଼ ସମେତ କେତକ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏବେ ସେହି ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି। ଉତ୍ତର ଭାରତରେ ଉଡ଼ାଣ ଉପରେ ଲାଗିଥିବା ରୋକକୁ ହଟାଇ ବିବାନ ଚଳାଚଳ ସ୍ୱାଭାବିକ ରହିବ ବୋଲି ଘୋଷଣା ହୋଇଛି। ଏୟାର୍ପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଉଲ୍ଳେଖଯୋଗ୍ୟ, ବୁଧବାର ପୂର୍ବାହ୍ନରେ ଜମ୍ମୁ, ଶ୍ରୀନଗର, ଅମୃତସର ଏବଂ ଚଣ୍ଡିଗଡ଼ର ସମସ୍ତ ୪ଟି ସେକ୍ଟରକୁ ମୁମ୍ବାଇ ବିମାନ ବନ୍ଦର ସମସ୍ତ ବିମାନ ବାତିଲ୍ କରି ଦେଇଥିଲା। ଫଳରେ କୌଣସି ବୈବସାୟିକ ବିମାନ ଚଳାଚଳ କରିବ ନାହିଁ ବୋଲି ସୂଚନା ରହିଥିଲା। କେବଳ ଭାରତ ନୁହେଁ, ପାକିସ୍ତାନ ମଧ୍ୟ ଲାହୋର, ମୁଲତାନ, ଫୈସାଲାବାଦ୍, ସିଆଲ୍କୋଟ ଏବଂ ଇସ୍ଲାମବାଦ ବିମାନ ବନ୍ଦରରୁ ହଠାତ ଘରୋଇ ଏବଂ ଆନ୍ତର୍ଜାତିକ ବିମାନ ଉଡ଼ାଣ ବନ୍ଦ କରି ଦେଇଥିବା ସୂଚନା ରହିଥିଲା।