ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବେଗୁନିଆପଡା ବ୍ଲକ ଗସ୍ତ

(ରଜନୀକାନ୍ତ ପାତ୍ର /ଗଞ୍ଜାମ): ଗଞ୍ଜାମ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତକ୍ଷତ୍ରୟ ଭାଉସାହେବ ମଙ୍ଗଳବାର ବେଗୁନିଆପଡା ବ୍ଲକ ଗସ୍ତ କରି ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ। ଏସ. ଛଚିନ। ପଞ୍ଚାୟତର ପ୍ରସ୍ଥବିତ ଗ୍ରାମୀଣ ପାର୍କ ଓ ମଠ ବରିଡ଼କ୍ଷ ଶ୍ମଶାନକୁ ନିର୍ମିତ ରାସ୍ତା ଦେଖିବା ପରେ ସାଙ୍କୁଡାର ଏକ ରାସ୍ତକ୍ଷ ଦେଖି ଅଙ୍ଗରଗାଁ ନିକଟରେ ଥିବା ସାଳିଆ ଠାରେ ପ୍ରସ୍ତାବିତ ପାର୍କର ଭିତ୍ତିଭୂମି ବୁଲି ଦେଖିଥିଲେ। ତାଙ୍କ ସହ ବିଡ଼ିଓ ବେଦବର ପ୍ରଧାନ, ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ପରିଡା, ସରପଞ୍ଚ ସରୋଜ କୁମାର ସାହୁ, କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ଥିଲେ।