(ରିପୋର୍ଟରସ ଟୁଡେ/ନୂଆଦିଲ୍ଲୀ): ରିଜର୍ଭ ବ୍ୟାଙ୍କର ଗାଇଡଲାଇନ ପାଳନ କରିବା ପରେ ୧୧ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମଧ୍ୟରୁ ୩ଟି ଇତିମଧ୍ୟରେ ପ୍ରମ୍ପଟ କରେକ୍ଟିଭ ଆକ୍ସନ(ପିସିଏ) ବା ତ୍ୱରିତ୍ ସୁଧାରମତ୍କ କାର୍ୟ୍ୟାନୁଷ୍ଠାନରୁ ବାହାରି ଆସିଛି। ଆସନ୍ତା ଜୁନ ସୁଦ୍ଧା ଅବଶିଷ୍ଟ ୮ଟି ବ୍ୟାଙ୍କ ଏଥିରୁ ବାହାରି ଆସିବେ ବୋଲି ଅର୍ଥ ମନ୍ତ୍ରଣାଳୟ ଆଶାବ୍ୟକ୍ତ କରିଛି। ସେମାନଙ୍କର ଏନ୍ପିଏ(ଅନାଦାୟ ଋଣ ପରିମାଣ) ୬% ସ୍ତରକୁ ଖସି ଆସିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପିସିଏରେ ସାମିଲ ଥିବା ବ୍ୟାଙ୍କଗୁଡ଼ିକୁ କେନ୍ଦ୍ର ସରକାର ଗତ ବର୍ଷ ଡିସେମ୍ବର ଓ ଜାନୁୟାରୀରେ ପୁନଃପୁଞ୍ଜିକରଣ କରିସାରିଛନ୍ତି। ସୂଚନାଥାଉ କି, ଗତ ମାସରେ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଓ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ ପିସିଏରୁ ବାହାରି ଆସିଥିଲା। ଖୁବଶୀଘ୍ର ଦେନା ବ୍ୟାଙ୍କ ଏବଂ ଆଡିବିଆଇ ବ୍ୟାଙ୍କ ପିସିଏରୁ ବାହାରି ଆସିବେ ବୋଲି ଜଣାପଡିଛି।