(ଅନୁସ୍ୱୟା)ଭୁବନେଶ୍ୱର: ଆଉ କିଛି ଦିନ ପରେ ଧରାବତରଣ କରିବେ ଜଗତ ଜନନୀ ମା ଦୁର୍ଗା । ସେପ୍ଟେମ୍ବର ୨୯ତାରିଖରୁ ଆରମ୍ଭ ହୋଇଯିବ ମାଙ୍କ ନବରାତ୍ରୀ ପୂଜା ଆରମ୍ଭ ହୋଇଯିବ । ହିନ୍ଦୁ ଧର୍ମରେ ଶାରଦୀୟ ନବରାତ୍ରିର ବିଶେଷ ମହତ୍ତ୍ବ ରହିଥାଏ। ନବରାତ୍ରିର ୯ଦିନ ଯାଏଁ ଚାଲୁଥିବା ଏହି ପର୍ବରେ ଦେବୀଙ୍କ ୯ଟି ଅଲଗା ଅଲଗା ରୂପର ପୂଜା କରାଯାଇଥାଏ। ଶୈଳପୁତ୍ରୀ,ବ୍ରହ୍ମଚାରିଣୀ,ଚନ୍ଦ୍ରଘଣ୍ଟା,କୁଷ୍ମଣ୍ଡା,ସ୍କନ୍ଦମାତା,କାତ୍ୟାୟନୀ,କାଳରାତ୍ରି,ମହାଗୌରୀ ଏବଂ ସିଦ୍ଧିଦାତ୍ରୀ ଭଳି ୯ଟି ଅଲଗା ଅଲଗା ରୂପ ରହିଛି। ନବରାତ୍ରିର ପ୍ରଥମ ଦିନ ଘଟ ସ୍ଥାପନ କରାଯାଇଥାଏ। ଏହି ନବରାତ୍ରିରେ ଲୋକେ ୯ଦିନ ଯାଏଁ ବ୍ରତ ରଖିଥାଆନ୍ତି। ଅଷ୍ଟମୀ ଏବଂ ନବମୀ ଦିନ କନ୍ୟାଙ୍କୁ ପୂଜା କରାଯାଇଥାଏ। ନବରାତ୍ରିର ଦଶମ ଦିନ ଦଶହରା ପାଳନ କରାଯାଇଥାଏ।
ଶାରଦୀୟ ନବରାତ୍ରିରେ ସମସ୍ତ ପ୍ରକାର ଶୁଭ କାର୍ୟ୍ୟ କରାଯାଇ ପାରିବ। ନବରାତ୍ରିର ନବମ ଦିନ ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ଦିନ କୌଣସି ବିଶେଷ କାର୍ୟ୍ୟ ପାଇଁ ଶୁଭ ମୁହୂର୍ତ୍ତ ଦେଖିବାର ଆବଶ୍ୟକତା ନାହିଁ। ଏହି ଖାସ୍ ଦିନରେ ଲୋକେ ଗୃହ ପ୍ରବେଶ ଏବଂ ନୂଆ ଗାଡ଼ି କିଣିଥାଆନ୍ତି।
ସେପ୍ଟେମ୍ବର ୨୯ : ପ୍ରଥମ ଦିନ – ଘଟ ସ୍ଥାପନ – ଶୈଳପୁତ୍ରୀ
ସେପ୍ଟେମ୍ବର ୩୦- ଦ୍ବିତୀୟ ଦିନ- ବ୍ରହ୍ମଚାରିଣୀ ପୂଜା
ଅକ୍ଟୋବର ୧- ତୃତୀୟ ଦିନ – ଚନ୍ଦ୍ରଘଣ୍ଟା ପୂଜା
ଅକ୍ଟୋବର ୨- ଚତୁର୍ଥ ଦିନ – କୁଷ୍ମଣ୍ଡା ପୂଜା
ଅକ୍ଟୋବର ୩- ପଞ୍ଚମ ଦିନ- ସ୍କନ୍ଦମାତା ପୂଜା
ଅକ୍ଟୋବର ୪- ଷଷ୍ଠ ଦିନ – କାତ୍ୟାୟନୀ ପୂଜା
ଅକ୍ଟୋବର ୫- ସପ୍ତମ ଦିନ – କାଳରାତ୍ରି ପୂଜା
ଅକ୍ଟୋବର ୬- ଅଷ୍ଟମ ଦିନ- ମହାଗୌରୀ ,ମହା ଅଷ୍ଟମୀ
ଅକ୍ଟୋବର ୭- ନବମୀ ଦିନ- ନବରାତ୍ରି ପାରଣ
ଅକ୍ଟୋବର ୮- ଦଶମୀ ଦିନ – ଦୁର୍ଗା ବିସର୍ଜନ- ବିଜୟା ଦଶମୀ