ଗୋସମ୍ପଦ ଉଦ୍ଧାର, ଦୁଇ ଗିରଫ

ବାଲେଶ୍ବର ଜିଲ୍ଲା ସିଂଲା ଥାନା ଦୁଣ୍ଡକୁଟ ଗ୍ରାମରୁ ୧୨ ଗୋ ସମ୍ପଦ ଉଦ୍ଧାର । ମାମଲାରେ ଦୁଇ ଜଣ ଗିରଫ। ସୂଚନା ଅନୁସାରେ ଗତ କାଲି ରାତ୍ରୀ ୨ଟା ବେଳେ ଏକ ପିକଅପ ଭ୍ୟାନ ଯୋଗେ ଗୋ ସମ୍ପଦ ଚାଲାଣ ହେଉଥିବା ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବଜରଙ୍ଗ ଦଳ ର କର୍ମକର୍ତା ମାନେ ଉକ୍ତ ଗାଡି କୁ ଅଟକ କରି ସିଂଲା ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା।ତେବେ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ, 12 ଟି ଗୋରୁଙ୍କୁ ଉଦ୍ଧାର କରି, ସେଗୁଡିକୁ ଗୋଶାଳା ସ୍ଥାନାନ୍ତର କରାଯାଇଛି। ତେବେ ଏହି ପିକଅପ ଭ୍ୟାନକୁ,ଏସ୍କର୍ଟ ଦେଇ ପାର କରୁଥିବା ଦୁଇ ବ୍ୟବସାୟୀ ଙ୍କୁ ସିଂଲା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଉଭୟ ସମ୍ପର୍କରେ ଦୁଇ ଭାଇ ସେମାନେ କାଦ୍ରାଇଁଆ ଗ୍ରାମର ବୋଲି ଜଣା ପଡ଼ିଛି।ପୋଲିସ। ଏନେଇ ସିଂଲା ପୋଲିସ ୩୫/୨୬ ମୂଳେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।