ଭୁବନେଶ୍ୱର: ଓଡିଶା କ୍ରୀଡା ଜଗତର ଦୁଇ ଉଡ୍ଡୀୟମାନ ତାରକାଙ୍କୁ ସମ୍ମାନିତ କରିଛି କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରଆଲ ଟେକ୍ନୋଲୋଜି(KIIT) । ଟୋକିଓ ଗେମ ୨୦୨୦ରେ ଉତ୍କର୍ଷ ଖେଳାଳୀମାନଙ୍କ ନାମରେ ତାଙ୍କର ଦୁଇଟି ଷ୍ଟାଡିୟମର ନାମ ପରିବର୍ତ୍ତନ କରାଯିବା ପାଇଁ ଘୋଷଣା କରାଯାଇଛି । ଓଡିଆ ଆଥଲେଟ ପ୍ରମୋଦ ଭଗତ ଏବଂ ଦୌଡରାଣୀ ଦୂତୀ ଚାନ୍ଦଙ୍କୁ ଏହି ସମ୍ମାନ ଦେବାକୁ ଯାଉଛି ଓଡିଶାର ବିଶ୍ୱବିଦ୍ୟାଳୟ କୁହାଯାଉଥିବା KIIT କ୍ୟାମ୍ପସ । ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ୧୨ରେ ଥିବା ଇଣ୍ଡୋର ଷ୍ଟାଡିୟମକୁ ପ୍ରମୋଦ ଭଗତ ଇଣ୍ଡୋର ଷ୍ଟାଡିୟମ ଭାବେ ନାମିତ କରାଯିବା ସହିତ ସିନ୍ଥେଟିକ ଆଥଲେଟିକ୍ସ ଷ୍ଟାଡିୟମର ନାମ ପରିବର୍ତ୍ତନ କରାଯାଇ ଦୂତୀ ଚାନ୍ଦ ଷ୍ଟାଡିୟମ କରାଯିବ । ଏହା ବ୍ୟତୀତ ଜାତୀୟ ତଥା ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଆଥଲେଟିଆନ୍ସ ମାନଙ୍କ ଉଦ୍ୟମକୁ ସମ୍ମାନ ଜଣାଇ ସେମାନଙ୍କୁ ମଧ୍ୟ ସମ୍ମାନିତ କରାଯିବା ନେଇ ଘୋଷଣା କରିଛନ୍ତି କିଟ ଏବଂ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ।
ପ୍ରମୋଦ ଏବଂ ଦୂତୀ ଦୀର୍ଘ ଦିନ ଧରି KIIT ସହିତ ଜଡିତ ଥିଲେ, ଯେହେତୁ ପୂର୍ବରୁ ପ୍ରମୋଦ ତାଙ୍କ ନାମରେ ଷ୍ଟାଡିୟମରେ ଅଭ୍ୟାସ କରୁଥିଲେ, ତାଙ୍କୁ KIITରୁ ଡକ୍ଟର ଅଫ୍ ଲେଟର୍ସ ସମ୍ମାନଜନକ ଡିଗ୍ରୀ ମଧ୍ୟ ପ୍ରଦାନ କରାଯିବ । ସେହିପରି ଦୂତୀଙ୍କୁ ମଧ୍ୟ ଆସନ୍ତା ବର୍ଷ ଏହି ସମ୍ମାନ ପାଇଁ ବିଚାର କରାଯିବ ।