ଆସିକା ପୋଲିସ ହାତରେ ଗଞ୍ଜେଇ ମଫିଆ

(ରଜନୀକାନ୍ତ ପାତ୍ର / ଗଞ୍ଜାମ): ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଧିକାରୀ ପକ୍ଷରୁ ଚାଲିଥିଲା ହେଲମେଣ୍ଟ ଓ ଗାଡି ଚେକିଙ୍ଗ । ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ପହଞ୍ଚିଲା ଆସିକା ବସଷ୍ଟାଣ୍ଡ ଠାରେ । ମୋହନାରୁ ସୁରଥ ଅଭିମୁଖେ ଯାଉଥିବା ଗଞ୍ଜେଇ ଚାଲାଣକୁ ଧରିଥିଲା ଆସିକା ପୋଲିସ । ଗାଡିର ଯାଞ୍ଚ ବେଳେ ଛଅ ବସ୍ତା ଗଞ୍ଜେଇ ସହ ୬ଜଣକୁ ଆସିକା ଥାନାକୁ ନିଆଯାଇ ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ ଆସିକା ପୋଲିସ । ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ପାଖାପାଖି ପାଞ୍ଚ ଲକ୍ଷ୍ୟ ଟଙ୍କା ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆସିକା ଏସଡିପିଓ ସୂର୍ଯ୍ୟମଣୀ ପ୍ରଧାନ ।