ସୋର/ସଞ୍ଜୁ – ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।ଦୁର୍ଘଟଣାରେ ଜଣେ ମହିଳା ସମେତ ଶିଶୁ ପୁତ୍ରଙ୍କର ମୃତ୍ୟୁ ହୋଇଥିବାବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ , ମହିଳା ଜଣକ ଶିଶୁ ପୁତ୍ରକୁ ନେଇ ସ୍ୱାମୀଙ୍କ ସହ ସ୍କୁଟିରେ ଭଦ୍ରକ ଯାଉଥିବାବେଳେ ଖନ୍ତାପଡା ଥାନା ନିକଟରେ ଏକ ଅଜଣା ଗାଡି ସେମାନଙ୍କ ସ୍କୁଟିକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ମହିଳା ଓ ତାଙ୍କ ଶିଶୁ ପୁତ୍ରଙ୍କ ମୃତ୍ୟୁ ଘଟିଥିବାବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି । ଅଜଣାଗାଡି ଦୁର୍ଘଟଣା ଘଟାଇଥିବା ଘଟଣାସ୍ଥଳରୁ ଫେରାର ଅଛି ।