ଛୁରାମାଡ଼ରେ ଯୁବକ ମୃତ, ଆକ୍ରମଣକାରୀ ବାପା-ପୁଅ ଅଟକ

ଗଞ୍ଜାମ/ ରଜନୀକାନ୍ତ ପାତ୍ର : ଛୁରାମାଡ଼ରେ ଯୁବକ ମୃତ,ଆକ୍ରମଣକାରୀ ବାପା-ପୁଅ ଅଟକ ।  ଏଭଳି ଘଟଣା ଘଟିଛି  ବେଲଗାଁ ସ୍ଥାନୀୟ ବଡ଼ ବଜାର ଥାନା ଅନ୍ତର୍ଗତ ଜେନା ସାହିରେ  ।  ଚାଲିଥିବା ବେଲଗାଁ ଦଣ୍ଡ ନାଚ ଯାତ୍ରାରେ ଯାତ୍ରା ଅଧିକାରୀଙ୍କ ଛୁରାମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ବେଲଗାଁ ଅଞ୍ଚଳର ଜଗଦୀଶ ପାଣିଗ୍ରାହୀ । ଜଗଦୀଶ ପୂର୍ବରୁ ଏହି ଦଣ୍ଡନାଚରେ କାମ କରୁଥିଲେ । ଭୋଗ କହିବାକୁ ନେଇ ଯାତ୍ରା ଅଧିକାରୀ , ତାଙ୍କ ପୁଅଙ୍କ ସହ ଜଗଦୀଶଙ୍କ ବଚସା ହୋଇଥିଲା ।ପରେ ବାପା ଓ ପୁଅ ଜଗଦୀଶଙ୍କୁ ଛୁରୀରେ ଆକ୍ରମଣ କରିଥିଲେ ।ଛୁରାମାଡ଼ରେ ଜଗଦୀଶଙ୍କ ବେକରୁ ମାତ୍ରାଧିକ ରକ୍ତସ୍ରାବ ହୋଇଥିଲା  । ପରେ ଗୁରୁତର ଅବସ୍ଥାରେ ଜଗଦୀଶ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସିତ ଅବସ୍ଥାରେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳ ଓ ମେଡ଼ିକାଲରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି । ଥାନା ଅଧିକାରୀ ବାବା ଶଙ୍କର ସରଫ ଘଟଣା ସ୍ଥଳରୁ ଆକ୍ରମଣକାରୀ ବାପା ଓ ପୁଅକୁ କାବୁ କରିଛି ।ବର୍ତ୍ତମାନ ଥାନାରେ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି ।