ଜଳପ୍ରପାତରେ ଚାଲିଗଲା ଜୀବନ 

ଏଭଳି ଏକ ଦୁର୍ଘଟଣା ଘଟିଛି ଖଣ୍ଡାଧାର ଜଳପ୍ରପାତରେ

(ଖଣ୍ଡାଧାର) : ଗାଧୋଇବାକୁ ଯାଇ ଚାଲିଗଲା ଜୀବନ  । ଏଭଳି ଏକ ଦୁର୍ଘଟଣା ଘଟିଛି ଖଣ୍ଡାଧାର ଜଳପ୍ରପାତରେ । ଖଣ୍ଡାଧାର ଜଳପ୍ରପାତରେ ଖସି ପଡ଼ି ଯୁବକ ନିଖୋଜ ହୋଇଯାଇଛନ୍ତି  । ଯୁବକ ଜଣକ ହେଉଛନ୍ତି ସୁନ୍ଦରଗଡ଼ କେ.ବଳଙ୍ଗ ଥାନା ଅଞ୍ଚଳର । ଗତକାଲି ଗାଧୋଈବା ସମୟରେ କୌଣସି କାରଣରୁ ଖସି ଯାଇ ଏକ ପଥର ପାଖରେ ଲାଖି ଯାଇଥିବା ଅନୁମାନ କରାଯାଉଛି ।

 

ସୂଚନାନୁଯାୟୀ , ଗତକାଲି ଲୋପା ମୁଣ୍ଡା ଓ ତାଙ୍କ ସାଙ୍ଗ ବରସୁଆଁରେ ଥିବା ବନ୍ଧୁଙ୍କ ଘରକୁ ବୁଲିବାକୁ ଯାଇଥିଲେ । ଖଣ୍ଡାଧାର ଜଳପ୍ରପାତକୁ ଉଭୟେ ଗାଧୋଇବାକୁ ଯାଇଥିଲେ । ହଠାତ ଗୋଡ ଖସିଯାଇଥିବାରୁ ସେ ୮୦୦ ମିଟର ତଳକୁ ଖସିପଡ଼ିଥିବା ଅନୁମାନ କରାଯାଉଛି ।

 

ତେବେ ଅନ୍ୟପଟେ ଆଜି ସକାଳୁ ଅଗ୍ନିଶମ କର୍ମଚାରୀ ଖୋଜାଖୋଜି ଜାରି ରଖିଛନ୍ତି ।  ବର୍ଷା ହେଉଥିବାରୁ ଅଗ୍ନିଶମ କର୍ମଚାରୀଙ୍କୁ ପତ୍ତା ମିଳିପାରୁନାହିଁ ।